ମାଲକାନଗିରି,ତା:୦୭/୦୧(ପିପିଟି);ମାଲକାନଗିରି ବନାଞ୍ଚଳ କର୍ମଚାରୀମାନ ଏକ ବଲୋର ପିକଆପ୍ ଭ୍ଯାନ ଗାଡିରେ ମୂଲ୍ଯବାନ କାଠ ପଟା ଏବଂ ଅର୍ଦ୍ଧ ନିର୍ମିତ ଖଟ ଏମ.ଭ-୨୪ ଗ୍ରାମରୁ ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ରାତି ୨ଟା୪୫ ମିନିଟରେ ଏମଭି -୧୨ ଗ୍ରାମ ନିକଟରେ ପୂର୍ବରୁ ପ୍ରସ୍ତୁତ ହୋଇ ଛକି ରହିଥିବା ବନ କର୍ମଚାରୀମାନେ ଗାଡିକୁ ଅଟକାଇ ଲକ୍ଷାଧିକ ଟଙ୍କା କାଠ ଜବତ କରିବା ସହ ୨ ଜଣ ଆସାମୀଙ୍କୁ ଗିରଫ କରି ଆଜି ମାଲକାନଗିରି କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି ।ଜବତ ହୋଇଥିବା ପଟ୍ଟା,ସାଇଜ, ଅର୍ଦ୍ଧନିର୍ମିତ ଖଟକୁ ମିଶାଇ ମୋଟ ୪୦ ଖଣ୍ଡ ଏବଂ ସମୂଦାୟ ୦.୪୬୭୨ ସିଏମ କାଠର ପରିମାଣ ହୋଇଥିବା ମାଲକାନଗିରି ବନାଞ୍ଚାଳ ଅଧିକାରୀ ପ୍ରକାଶ କରିଛନ୍ତି । ଏହାର ମୂଲ୍ଯ ଲକ୍ଷେ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହି କାଠ ଚୋରା ଚାଲାଣରେ ସଂଶ୍ଳୀଷ୍ଠ ୨ଜଣ ଆସାମୀଙ୍କୁ ଗିରଫ କରାଯାଇଛି । ଏହା ସହ କାଠ ବୋଝେଇ ବଲୋର ପିକଆପ ଭ୍ଯାନ ଏବଂ ଏକ ହିରୋ ସେପ୍ଲେଣ୍ଡର ମୋଟର ସାଇକେଲ ଜବତ କରାଯାଇଛି । ତେବେ ଗିରଫ ହୋଇଥିବା ଆସାମୀମାନେ ହେଲେ ଏମଭି -୭ ଗ୍ରାମର କ୍ରିଷ୍ଣା ସମଦାର (୩୩) ଏବଂ ଅନ୍ଯ ଜଣେ ଆସାମୀ ହେଲେ ଏମଭି -୪୧ ଗ୍ରାମର ବିପୁଲ ଚକ୍ରବର୍ତ୍ତୀ(୩୭) । ଏହି କାଠ ପଟ୍ଟା ବୋଲର ପିକଆପ ଭ୍ଯାନରେ ଲୋଡ ହୋଇ ଏମଭି-୨୪ ଗ୍ରାମରୁ ମାଲକାନଗିରି ଅଭିମୁଖେ ଗତ ତା: ୬.୧.୨୦୨୧ ରିଖ ରାତି ୨ଟା ୪୫ ମିନିଟରେ ଆସୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ଛକି ରହିଥିବା ମାଲକାନଗିରି ବନାଞ୍ଚଳ କର୍ମଚାରୀମାନେ ଏମଭି- ୧୨ ଗାଡିକୁ ଜବତ କରିଥିଲେ । ଏହି ଚଢାଉରେ ମାଲକାନଗିରି ବନାଞ୍ଚାଳ ଅଧିକାରୀ ବାସୁଦେବ ନାୟକ,ବନପାଳ ରାଜେଶ ସେଠୀ,ମୂରଲୀଧର ଅନଗୁଳିଆ, ମୋହନ ଗୁଡିଆ ,ହୃଷିକେଶ ପାଣିଗ୍ରାହୀ, ବନରକ୍ଷୀ ଅର୍ଜୁନ ବଟେ,ଦୀପ୍ତି ରଂଜନ ନାୟକ ,ରବି ନାରାୟଣ ଖଣ୍ଡୁଆଳ ପାରାଷ୍ଚାଫ ଏବଂ ଆଇପିସିଇଏ ସ୍ବର୍ଡ ସାମିଲ ଥିଲେ । ଆସାମୀ ୨ ଜଣଙ୍କ ବିରୁଦ୍ଧରେ ଓଆର କେଶ ନଂ:୧୬୭,ଧାରା,୪,୧୨,୫୬,ଅନୁସାରେ ମାମଲା ରୁଜୁ କରାଯାଇ ବର୍ତ୍ତମାନ ମାଲକାନଗିରି କୋର୍ଟକୁ ଚାଲାଣ କରାଯାଇଛି ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି )