ପୁଲିସର ଚଢ଼ାଉ; ବିପୁଳ ଦେଶୀ ମଦ ଜବତ ସହ ତିନି ଜଣ ଗିରଫ ।

0 551

ବେଲଗୁଣ୍ଠା,୦୩/୦୧(ପିପିଟି), ଆଜି ଗାଙ୍ଗପୁର ପୋଲିସ୍ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ସହ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସୂଚନା ପ୍ରକାରେ ଗାଙ୍ଗପୁର ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଏହି ଥାନା ଅନ୍ତର୍ଗତ ରାମଣାପଲ୍ଲୀ ଗ୍ରାମରେ ଚଢ଼ାଉ କରି ସେଠାରୁ ୪୨୦ ଲିଟର୍ ଦେଶୀ ରନ୍ଧା ମଦ ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ହାଣ୍ଡି, ବ୍ୟାରେଲ୍ ଆଦି ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଥିଲା । ଗିରଫ ତିନିଜଣ ହେଲେ ରାମଣାପଲ୍ଲୀ ଗ୍ରାମର ମୂରଲୀ ମଲ୍ଲିକ (୬୦),ନାରାୟଣ ମଲ୍ଳିକ (୨୮) ଏବଂ ବିଦ୍ୟାଧର ମଲ୍ଲିକ (୩୦) । ସମସ୍ତ ତିନିଜଣଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଓଡ଼ିଶା ଅବକାରୀ ଆଇନ୍ ୫୨(ଏ) ଅନୁଯାୟୀ କେଶ୍ ନମ୍ବର୍ ୦୨/୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.