ବସ ଧକ୍କାରେ ବାଇକ ଚାଳକ ଗୁରୁତର ।

0 389

ଭଞ୍ଜନଗର,୨୦/୧୨(ପିପିଟି); ରବିବାର ଅପରାହ୍ନରେ ଭଞ୍ଜନଗର ଅଗଝୋଳ ଛକରେ ଶ୍ରୀ ଗଣେଷ ନାମକ ଘରୋଇ ବସ ଏକ ବାଇକକୁ ସାମ୍ନା ପଟରୁ ଧକ୍କା ଦେବା ଫଳରେ ବାଇକ ଚାଳକ ଗୁରାବାଡ଼ି ଗ୍ରାମର ଇନ୍ଦ୍ର କୁମାର ବିଷୋୟୀଙ୍କ ପୁଅ ପ୍ରବୀଣ କୁମାର ବିଷୋୟୀ(୩୬)ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ ପ୍ରବୀଣ ନିଜ ଭାଇ କେରଳ ଯାଉଥିବାରୁ ତାଙ୍କୁ ବସ ଷ୍ଟାଣ୍ଡରେ ଛାଡ଼ି ଅଗଝୋଳ ପେଟ୍ରୋଲ ଟାଙ୍କିରେ ତେଲ ପକାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ବସ ଟି ସୋରଡ଼ା ଯାଉଥିଲା ବେଳେ ସେହି ସ୍ଥାନରେ ଦୁର୍ଘଟଣା ଘଟିଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.