ଉତ୍ତରାଞ୍ଚଳ ରାଜସ୍ବ କମିଶନଙ୍କ ପାତାଳୀ ଶ୍ରୀକ୍ଷେତ୍ରରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା ।

0 174

ଉଲୁଣ୍ଡା,୦୪/୧୨(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପାତାଳୀ ଶ୍ରୀକ୍ଷେତ୍ରକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନ ନିରଞ୍ଜନ ସାହୁ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଶ୍ରୀ ସାହୁ ପୀଠରେ ପହଁଚିଲା ପରେ ପାତାଳୀ ଓ ପାତାଳୀ ସେନା ପକ୍ଷରୁ ସ୍ୱାଗତ କରାଯାଇଥିଲା ଏବଂ ପରେ ଶ୍ରୀ ସାହୁ ଛଳିଆପାହାଡ ସ୍ଥିତ ଠାକୁର ଙ୍କ ଅସ୍ଥାୟୀ ମନ୍ଦିରରେ ଠାକୁର ଦର୍ଶନ ସହ ପୂଜାପାଠ କରିଥିଲେ ।ଏହି ଅବସରରେ ସ୍ଥାନୀୟ ବଙ୍ଗଳାରେ ଆୟୋଜିତ ବୈଠକରେ ଆରଡିସି ଶ୍ରୀ ସାହୁ ପାତାଳୀ ଶ୍ରୀକ୍ଷେତ୍ରର ଐତିହ୍ୟ ପରମ୍ପରା ସଂସ୍କୃତି ସମ୍ପର୍କରେ ପାତାଳୀ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଏଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଟ୍ରଷ୍ଟ ସଭାପତି ଉତ୍ତର କୁମାର ପାତ୍ର ବିବରଣୀ ପ୍ରଦାନ କରିଥିବାବେଳେ ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନୀଷ ବାନାର୍ଜୀ, ବିରାମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ,ଉଲୁଣ୍ଡା,ବିଡ଼ିଓ ହେମସାଗର ଭୋଇ,ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସମେତ ପାତାଳୀ ଟ୍ରଷ୍ଟ ଓ ପାତାଳୀ ସେନାର କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.