ବିରମହାରହପୁର ବିଜେପି ମଣ୍ଡଳର ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ।

0 232

ଉଲୁଣ୍ଡା,୦୪/୧୨(ପିପିଟି);ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବିଜେପି ମଣ୍ଡଳର ଦୁଇଦିନିଆ ପ୍ରଶିକ୍ଷଣ ବର୍ଗ ସ୍ଥାନୀୟ ଅନ୍ନପୂର୍ଣ୍ଣା ରେସିଡେନ୍ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିର ମହାରାଜପୁର ମଣ୍ଡଳ ସଭାପତି ହରିହର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବଲାଙ୍ଗୀର ଓ ସୋନପୁର ର ବୌଦ୍ଧିକ ପ୍ରମୁଖ ଦିଲ୍ଲୀପ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ,ବିରମହାରାଜପୁର ବ୍ଲକ ଚେୟାରମ୍ୟାନ ସନ୍ତୋଷ କୁମାର ଭୋଇ,ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ କିଶୋର ହୋତା,ପୂର୍ବତନ ମଣ୍ଡଳ ସଭାପତି ଦତ୍ତାତ୍ରୟ ପଣ୍ଡା,ନଳିନୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।ପ୍ରଶିକ୍ଷକ ଭାବରେ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର,ବେଣୁଧର ଦାଶ, ରଘୁନାଥ ଜଗଦଲା,ସତ୍ୟବ୍ରତ ମିଶ୍ର ଯୋଗଦେଇ ପ୍ରଶିକ୍ଷଣ ବର୍ଗର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ ।ଏହି କାର୍ଯ୍ୟକ୍ରମକୁ ଶିବ ନାରାୟଣ ପଣ୍ଡା,ଦିଲ୍ଲୀପ କୁମାର ପଧାନ, ଏକଲବ୍ୟ ବେହେରା,ପଦାର୍ଥ ଜଗଦଲା,ସୁରୁବାବୁ ସାହୁ,ଭାଗବତ ମେହେର ପ୍ରମୁଖ ସହଯୋଗ କରିଥିଲେ ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.