କଳିଙ୍ଗା ଘାଟିରେ ଟ୍ରକ ଓଲଟି ଡ୍ରାଇଭର ଗୁରୁତର ।

0 302

ଭଞ୍ଜନଗ,୨୯/୧୧(ପିପିଟି); ଆଜି ସନ୍ଧ୍ୟା ୬ଟା ସମୟରେ ରାୟପୁରରୁ ଏକ ୧୪ ଚକିଆ ସିମେଣ୍ଟ ବୋଝେଇ ଟ୍ରକ ଭଞ୍ଜନଗର ଆସୁଥିବା ବେଳେ କଳିଙ୍ଗା ଘାଟି ଶେଷରେ ଗାଡ଼ିର ଚକା ଫାଟି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାର ବାମ ପଟକୁ ଓଲଟି ପଡ଼ିଥିଲା।ଫଳରେ ଡ୍ରାଇଭର ମଧ୍ୟ ପ୍ରଦେଶ ଟିକର ଅଞ୍ଚଳର ସୂଚାନ୍ତ ସାହୁ(୨୭) ଗୁରୁତର ଆହତ ହୋଇଥିଲେ। ତାର ଅଣ୍ଟା, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ତାକୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.