ଭୁବନେଶ୍ୱର,୨୮/୧୧: ’ପରୀ’ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରିଛନ୍ତି ରାଜ୍ୟ ସରକାର । ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ଅରୁଣଙ୍କ ନେତୃତ୍ୱରେ ଗଠିତ ଏସଆଇଟି ଟିମରେ କ୍ରାଇମବ୍ରାଞ୍ଚ ଏସପି ଆର. କେ ଦୋରା, ଏଏସପି ଆର ସି ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ସାମିଲ ଅଛନ୍ତି। ଏସଆଇଟି ଗଠନ ନେଇ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଡ.ସନ୍ତୋଷ ବାଲା(ଆଇପିଏସ୍) ହାଇକୋର୍ଟଙ୍କୁ ଜଣାଇଛନ୍ତି । ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ସ୍ବତନ୍ତ୍ର ସଚିବ ଚିଠି ଲେଖିଛନ୍ତି । ଚିଠିରେ ତଦନ୍ତ ତତ୍ତ୍ୱାବଧାନ ପାଇଁ ଜଣେ ସିଟିଂ ଜଜଙ୍କୁ ଦାୟିତ୍ୱ ଦେବାକୁ ନିବେଦନ କରାଯାଇଛି।