ଶେରଗଡ ବ୍ଲକ : ସ୍ବଛ ଭାରତ ମିଶନକୁ ଆଖିଠାର ।

0 324

ଶେରଗଡ,୨୩/୧୧(ପିପିଟି); ଶେରଗଡ଼ ସ୍ବଚ୍ଛତା ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତତ୍ପରତା ଦେଖାଇଥିବା ବେଳେ ଗ୍ରାମ ପଞ୍ଚାୟତ ତାହାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଥିଲା ବ୍ଲକ ଶେରଗଡ଼ର ଵାଇପାସ ଯାହାକି ବିଜୁ ପଟ୍ଟନାୟକ ଛକରୁ ମେଡିକାଲ ଛକ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ସବୁ ଫୁ ରେ ଚାଲିଛି। ଚଳିତ ବର୍ଷ ସ୍ବଚ୍ଛତା ଆଣିବାରେ ପୁରଷ୍କୃତ ପାଇଛି ଶେରଗଡ଼ ବ୍ଳକର ଅଲାରିଗଡ ପଞ୍ଚାୟତ । ଶେରଗଡ଼ ବଜାରର ପ୍ରାୟ ପାଞ୍ଚ ଶହ ମିଟର ଦୂରରେ ସମ୍ବେଦନଶୀଳ ଅଞ୍ଚଳ ରାସ୍ତା କଡରେ କୁଢ କୁଢ ଅଳିଆ ଆବର୍ଜନା ପୂର୍ଣ ହୋଇ ରହିଛି ଯାହାକି ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ନଜରରେ ଆସିଛି ଓ ଶୁଣିବାକୁ ମିଳେ ଓ କି ଦୁର୍ଗନ୍ଧ। ସୂଚନା ପ୍ରକାର ରେ ଗତ କିଛିଦିନ ହେଲା କୁଢ କୁଢ ଅଳିଆ ଆବର୍ଜନା ପଡିବା ଦେଖିବାକୁ ମିଳିଛି । ସ୍କୁଲ , କଲେଜ , ପୋଲିସ ଥାନା, ଡାକ୍ତର ଖାନାକୁ ଯିବାଆସିବା ପାଇଁ ଏହି ରୋଡ ଟି ଅଟେ ଯାହା ଫଳରେ ବହୁ ସଂଖ୍ୟାରେ ଯିବାଆସିବା ଲୋକ ଦୁର୍ଗନ୍ଧରେ ଯିବାଆସିବା କରିବାକୁ ପଡୁଛି। ଉକ୍ତ ଅଞ୍ଚଳରେ ବସବାସ କରୁଥିବା ମଶାମାଛି ଦ୍ଵାରା ରୋଗ ଗ୍ରସ୍ତ ହେବାର ସମ୍ଭାବନା ରହିଛି ଏଣୁକରି ଅଳିଆ ଆବର୍ଜନା ପୁର୍ଣ ଅଂଚଳକୁ ସଫାକରିବା ଲାଗି ସ୍ଥାନୀୟ ବାସିନ୍ଦାମାନେ ଅନୁରୋଧ କରିଛନ୍ତି।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.