କୋଶଳ ଏକତା ଦିବସ ପାଳିତ ।

0 210

ଉଲୁଣ୍ଡା,୨୩/୧୦(ପିପିଟି);ସୁବର୍ଣ୍ଣପୁର ଜିଲା ବିରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ସଭାଗୃହରେ ଆଜି ବିରମହାରାଜପୁର କୋଶଳ ରାଜ୍ୟ ସମନ୍ମୟ ସମିତି କର୍ମକର୍ତ୍ତା ମାନଙ୍କ ଦ୍ୱାରା କୋଶଳ ଆନ୍ଦୋଳନର ଅନ୍ୟତମ ପୁରୋଧା ପ୍ରେମରାମ ଦୁବେଙ୍କ ଜନ୍ମ ଦିନକୁ କୋଶଳ ଏକତା ଦିବସ ଭାବେ ପାଳନ କରାଯାଇଛି । ପୂର୍ବତନ ମନ୍ତ୍ରୀ ତଥା କୋଷଲ ରାଜ୍ୟ ସମନ୍ମୟ ସମିତିର କେନ୍ଦ୍ରୀୟ କମିଟି ସଭାପତି କାର୍ତ୍ତିକ ପ୍ରସାଦ ତରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂଗଠନ ସମ୍ପାଦକ କିଶୋର କୁମାର ହୋତ,ବାଗବର ସରପଞ୍ଚ ବ୍ୟୋମକେଶ ପଣ୍ଡା, ସମାଜସେବୀ ଭଗବାନ ବାଘ,ଗୌର ଜଗଦଲା,ପ୍ରଦୀପ ପଣ୍ଡା,ରମାକାନ୍ତ ଚାନ୍ଦ, ଦୈତାରି ପଣ୍ଡା,ଉମାସଙ୍କର ପଣ୍ଡା, ନବକିଶୋର ତ୍ରିପାଠୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦୁବେଙ୍କର ସ୍ମୃତି ଚରଣ କରିଥିଲେ। ଆଗକୁ କୋଶଳ ଆନ୍ଦୋଳନରେ ସବୁ ବର୍ଗର ଲୋକଙ୍କୁ ସାମିଲ କରି କୋଶଳ ରାଜ୍ୟ ଗଠନ ପାଇଁ ଦାବିକୁ ଜୋରଦାର କରିବାକୁ ଆଲୋଚନା କରିଥିଲେ ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.