ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ବୃଦ୍ଧଙ୍କ ମୃତ୍ୟୁ ।

0 8

ଅନୁଗୋଳ, ୨୦/୧୦ : ଢେଙ୍କାନାଳ ଜିଲା ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୁଟୁ ଗ୍ରାମର ବରସାହିରେ ସୋମବାର ସକାଳ ୭ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଦ୍ୱିତୀୟ ସ୍ତ୍ରୀ ଗାଧୋଇବାକୁ ଯାଇଥିବା ସମୟରେ ସ୍ୱାମୀ ନିଜ ବେକରେ ଧାରୁଆ ଅସ୍ତ୍ରରେ ଆଘାତ କରିଥିବା ଜଣାପଡ଼ିଛି।ସ୍ତ୍ରୀ ଗାଧୋଇ ସାରି ଘରକୁ ଫେରିବା ପରେ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଚିକିତ୍ସାଳୟରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।ମୃତ ବ୍ୟକ୍ତି ଜଣକ ଦୁଦୁରୁକୁଟୁ ଗ୍ରାମର ମଙ୍ଗୁଳୁ ସାମଲ (୬୦) ବୋଲି ଜଣାପଡ଼ିଛି। ତେବେ ଏପରି ଚରମ ପଦକ୍ଷେପ ନେବା ପଛରେ କ’ଣ କାରଣ ରହିଛି, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.