ଜାତୀୟ ରାଜପଥ ଉପରେ ଦୁଇ ଫୁଟ ଉଚ୍ଚତା ବନ୍ୟା ପାଣି ଯାତାୟାତ ପ୍ରଭାବିତ ।

0 480

ଶେରଗଡ,ତା-୧୪/୧୦(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତ୍ତଳ ଛକ ଓ ରାମଚନ୍ଦ୍ର ପୁର ଶିବ ମନ୍ଦିର ପାଶ୍ୱର୍ରେ ଜାତୀୟ ରାଜପଥ – ୫୯ ଉପରେ ୨ଦୁଇ ଫୁଟ ଉଚ୍ଚତା ବନ୍ୟା ଜଳ ଜୀବନ ଯାତ୍ରା ପ୍ରଭାବିତ । ଲଘୁଚାପ ଜନିତ ବର୍ଷା ତୁହା କୁ ତୁହା ହେବା ଫଳ ରେ ସେହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସିକା ରୁ ବ୍ରାହ୍ମପୁର ଯାଉଥିବା ଯାନ ବାହନ ଓ ଗମାନ ଗମନ ରେ ବାଧା ସୃଷ୍ଟି ହୋଇଛି। ସେହି ଭଳି ଢ଼ଉ ଗାଁ ରୁ ଶେରଗଡ଼ ରାସ୍ତାରେ ୩ ଫୁଟ ଉଚ୍ଚତା ପାଣି ପ୍ରଭାବିତ ହୋଉଛି। ଶେରଗଡ଼ ବ୍ଲକ ପରିସର ରେ ନନ୍ଦିନୀ ନଦୀ ଜଳସ୍ତର ଅହେତୁକ ବଢ଼ିବା ରେ ଲାଗିଛି। ଶେରଗଡ଼ ଗ୍ରାମର ବଡ଼ଦାଣ୍ଡ ସାହି, କେଉଟ ସାହି, ହରିଜନ ସାହି, ବାଲି ସାହି, ହାଟ ବନ୍ଦ ସାହି,ତୋଟା ସାହି, କୀର୍ତ୍ତି ପୁର, ବଳିଆର ସିଂ ପୁର, ବାକୀଲି କଣା ଆଦି ସ୍ଥାନରେ ଜଳ ସସ୍ଥର ଵୃଦ୍ଧି ପାଇବା ସହ ଏହି ସ୍ଥାନ ରେ ଜଳ ପଶି ଏକ ପ୍ରକାର ରେ ଭୟର ବତାବରଣ ସୃଷ୍ଟି କଲାଣି। ପିତ୍ତଳ, ସନ୍ତୋଷପୁର, କାଞ୍ଜିଆମା,ପାକିଡି, ଚଷାପିତ୍ତଳ,ବ୍ରାହ୍ମଣ ଛାଇ, ଗ୍ରାମ ନିକଟରେ ଋଷୁକୁଲ୍ୟା ନଦୀର ଜଳସ୍ତର ବଢିବା ରେ ଲାଗିଛି ଏବଂ ଏହି ଅଞ୍ଚଳର କିଛି ସ୍ଥାନ ବନ୍ୟା ମୁହାଣ ସୃଷ୍ଟି ହେଲାଣି ରାତି ତମାମ ବର୍ଷା ହୁଏ ଗ୍ରାମ ଗୁଡିକ ଜଣ ମଗ୍ନ ହେବା ସହ କ୍ଷତି ଗ୍ରସ୍ତ ହେବେ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.