ଚାଷ ଜମି ଜଳମଗ୍ନ, ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ଯସ୍ତ।

0 664

କବିସୂର୍ଯ୍ଯ ନଗର,ତା-୧୪/୧୦(ପିପିଟି); ଲଗାଣ ବର୍ଷା ଯୋଗୁଁ ଧାନ ଫସଲ ସମେତ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଚାଷ ଜମି ଜଳମଗ୍ନ ହୋଇଛି। ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ମହାବିପତ୍ତି ପରେ ଲଗାଣ ବର୍ଷା ଯୋଗୁଁ ଚାଷ ଜମି ଜଳମଗ୍ନ ହେବା ଦ୍ଵାରା ଚାଷୀର ଆର୍ଥିକ ସ୍ଥିତି ଭୁଷୁଡି ପଡିଛି। କବିସୂର୍ଯ୍ଯ ନଗର ଠାରୁ ସିଆଳିଆ ରାସ୍ତା ଓ ଚାଷ ଜମି ସବୁ ଜଳମଗ୍ନ ହୋଇଛି। ବଡମହୁରୀ ଠାରେ ବନ୍ଧ ହୁଡା ଭାଙ୍ଗି ଚାଷ ଜମି ଜଳମଗ୍ନ ହୋଇଥିବା ଜଣାପଡିଛି । କବିସୂର୍ଯ୍ଯ ନଗର ବିଭିନ୍ନ ରାସ୍ତାରେ ପାଣି ଏବଂ ଡାକ୍ତରଖାନା କ୍ବାଟରରେ ପାଣି ଜମି ରହିଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଛି।

(ରିପୋର୍ଟ- ଉମା ଚରଣ ପଟ୍ଟନାୟକ। )

Leave A Reply

Your email address will not be published.