ପଦ୍ମପୁର,୨୯/୦୯(ପିପିଟି);ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଭୁତାଣୁର ପ୍ରାଦୁର୍ଭାବ ବଢ଼ି ଚାଲୁଛି କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏଭଳିକି ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ଜିଲ୍ଳାପାଳ ନ ଥିବା ଖବର ସମଗ୍ର ରାଜ୍ୟବ୍ୟାପୀ ସମାଜିକ କର୍ମୀଙ୍କ ମନରେ ଆଲୋଡନ ସୃଷ୍ଟି କରିଛି, ସମସ୍ତେ ଟ୍ୱିଟର ମାଧ୍ୟମରେ ବରଗଡ଼ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ବରଗଡ଼ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଚିନ୍ତାରେ ରହୁଥିବା ବେଳେ ସମାଜିକ ଗଣମାଧ୍ୟମ ଜରିଆରେ କ୍ଷୋଭ ଉତାରୁଛନ୍ତି । ବରଗଡ଼ ଜିଲ୍ଲାକୁ ଆଇଏଏସ ଅଫିସର ନିଯୁକ୍ତି ପ୍ରଦାନ କରିବା ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି । ଏହାଛଡା ବରଗଡ଼ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣ ରୋକିବାରେ ବିଫଳ ହୋଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ଯେତେବେଳେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିଲା ଅନେକ ଜିଲ୍ଲାର ଅଫିସରଙ୍କୁ ସେଠାରେ ନିଯୁକ୍ତି ପ୍ରଦାନ କରାଯାଇଥିଲା ଯାହା ଫଳରେ ସେଠାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଏହି ଟ୍ୱିଟ ରେ ଅଞ୍ଚଳର ଅନେକ ସମାଜିକ କର୍ମୀ ତାଙ୍କର ମତପ୍ରକାଶ କରି ତୁରନ୍ତ ବରଗଡ଼ ଜିଲ୍ଲାବାସୀଙ୍କ ବୃହତ୍ତ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)