ହିଞ୍ଜିଳିରେ ବେଆଇନ ମୋରମ ଚାଲାଣ, ଗ୍ରାମବାସୀଙ୍କ ଅଭିଯୋଗରେ ପୋଲିସ ଜବତ କଲା ଜେସିବି ।

0 494

ହିଞ୍ଜିଳିକାଟୁ,ତା ୨୩/୦୯(ପିପିଟି); ଗତ ରାତି ଶାସନ ଆମ୍ବଗାଁ ସ୍ଥିତ ନଣ୍ଡା ପାହାଡ଼ରୁ ବେଆଇନ ଭାବେ ମୋରମ ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ସେଠାରେ ପହଞ୍ଚି ଏକ ଜେସିବି ୪ ଟ୍ରାକ୍ଟର ଓ ଏକ ଟିପରକୁ ଅଟକ ରଖିଥିଲେ । ଅଟକ ରଖିଥିବା ସ୍ଥଳରୁ ଗ୍ରାମବାସୀ ମାନେ ସ୍ଥାନୀୟ ତହସିଲଦାର ,ରାଜସ୍ବ ନିରୀକ୍ଷକ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ସିଜ କରିବା ପାଇଁ ସୂଚନା ଦେଇଥିଲେ । ଗାଡି ମାଲିକ ଓ ଗ୍ରାମବାସୀଙ୍କ ସହ ଉତେଜନା ପରିସ୍ଥିତି ଦୃଷ୍ଟି ଆଖିରେ ରଖି ପ୍ରସାନ ଅଧିକାରୀ ମାନେ ଆସିବା ବିଳମ୍ବ ହେତୁ ହିଞ୍ଜିଳି ପୋଲିସ ତୁରନ୍ତ ଅବଗତ କରାଇଥିଲେ ।ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋରମ (କାଁକେରା)ଖୋଳୁଥିବା ଜେସିବି କୁ ଘଟଣା ସ୍ଥଳରୁ ଆଣି ଥାନାରେ ଅଟକ ରଖିଥିଲେ । ଆଜି ବୁଧୁବାର ତା ୨୩/୯ ଦିନ ହିଞ୍ଜିଳିକାଟୁ ତହସିଲଦାରଙ୍କୁ ଥାନା ପକ୍ଷରୁ କେସ ବିଷୟଟିକୁ ହସ୍ତାନ୍ତର କରିବା ସହ ୨୦ହଜାର ଟଙ୍କା ଜରିମାନା କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।ଗ୍ରାମବାସୀଙ୍କ ପ୍ରକାରେ ଘଟଣା ସ୍ଥଳରେ ବ୍ୟବହୃତ ଜେସିବି ,୪ଟି ଟ୍ରାକ୍ଟର ଏବଂ ଗୋଟିଏ ଟିପର ବାଦିଆମ୍ବଗାଁର ବ୍ୟକ୍ତିବିଶେଷଙ୍କ ଅଟେ ବୋଲି କହିଛନ୍ତି । ଏହି ମୋରମ ଚାଲାଣ ଏହି ଗାଡି ମାଲିକଙ୍କ ଦ୍ୱାରା ଅନା ସୟରେ ବହୁ ଦିନ ଧରି ଚାଲିଛି ବୋଲି ମଧ୍ୟ ଗ୍ରାମବାସୀ ପ୍ରକାଶ କରିଛନ୍ତି ।ଘଟଣା ସ୍ଥଳରୁ ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ଦର୍ଶୀ ଅନୁସାରେ କେବଳ ଜେସିବି କୁ ସିଜ କରାଯାଇ ଜରିମାନା କରାଯାଇଥିବା ବେଳେ ଅନ୍ୟ ୫ଟି ଗାଡି କେଉଁ ସ୍ୱାର୍ଥରେ ଛାଡିଦିଆ ଗଲା ବୋଲି ପ୍ରଶ୍ନ ଉଠୁଛି । ଏହି ମୋରମ ଚୋରି ରାକେଟ ବହୁ ଦିନ ଧରି ଚାଲିଥିବାରୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ କୋଳିଦାସପୁର ବାଲି ରେମ୍ପ ଗାଡି ପୋଡି ଘଟଣା ଭଳି ଆମ୍ବଗାଁରେ ସେହିଭଳି ଘଟଣା ନ ଘଟିବ ବିଷୟକୁ ଏଡାଇ ଦିଆଯାଇ ନ ପାରେ। ଏଣୁ ବେଳ ଥାଉ ଥାଉ ଉପଯୁକ୍ତ ପଦକ୍ଷେପ ଦିଗରେ ପ୍ରସାନ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳ ବାସୀଙ୍କ ଠାରୁ ଦାବି ହୋଇଛି । (ରିପୋର୍ଟ-ସନ୍ତୁନ କୁମାର ବେହେରା ଓ ଅଜିତ କୁମାର ପଟ୍ଟନାୟକ ।)

Leave A Reply

Your email address will not be published.