ପୋଲସରା,୦୩/୧୦ (ପିପିଟି) : ଆଜି ପୋଲସରାରେ ୧୧ଗୋଟି କ୍ଲଷ୍ଟରରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଭାବରଡ଼ା କ୍ଲଷ୍ଟରରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା। ଭାବରଡ଼ା ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିକ୍ଷଣୀୟ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭାବରଡ଼ା ସିଆରସିସି ଭାଗିରଥୀ ପଣ୍ଡା ତାଲିମଦାତା ଭାବେ ଯୋଗଦେଇ ଶିଶୁ ବାଟିକାର ପଞ୍ଚମ ଯୁକ୍ତ କୋମଳମତି ଶିଶୁମାନଙ୍କର ବୌଦ୍ଧିକ ଦକ୍ଷତାର ବିକାଶ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ମାର୍ଗଦର୍ଶିକାକୁ କିଭଳି ପ୍ରକାରେ ପାଳନ କରାଯିବ ସେ ଉପରେ ନେଇ ତାଲିମ ଦେଇଥିଲେ। ପ୍ରାରମ୍ଭରେ ଶିକ୍ଷକ ତ୍ରିଲୋଚନ ପାତ୍ର ନିଜ ବକ୍ତବ୍ୟରେ ସ୍ଵତନ୍ତ୍ର ଶିଶୁ ବାଟିକାର ଶିଶୁମାନଙ୍କୁ ବୌଦ୍ଧିକ ବିକାଶକୁ ନେଇ କେଉଁ ସବୁ ଉପାୟ ଅବଲମ୍ବନ କରାଯାଇପାରିବ ସେ ଉପରେ ବୁଝାଇଥିଲେ। ବୈଠକରେ କ୍ଲଷ୍ଟର ଅନ୍ତର୍ଗତ ୧୨ ଗୋଟି ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରୁ କେବଳ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଏଫଏଲଏନ ଶିକ୍ଷକ ଓ ଶିକ୍ଷୟତ୍ରୀଗଣ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା