ପୋଲସରା,୦୮/୦୨(ପିପିଟି):ସନାତନ ସଂସ୍କୃତି ର ନିଦର୍ଶନରେ ମଣିଷ ପଣିଆ ଦେଖାଇ ଏକ ଷଣ୍ଢ ଦେବତାଙ୍କ ଶବକୁ ସଂସ୍କାର କରିଥିବା ଜଣାଯାଇଛି । ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ରାମଣ୍ଡା ଗ୍ରାମରେ ।ସେହି ଷଣ୍ଢ ଟି ବହୁଦିନ ଧରି ବୁଲୁଥିଲେ । କିନ୍ତୁ ସେ ମୃତ୍ୟୁବରଣ କରିଥିବାରୁ ହିନ୍ଦୁ ପରମ୍ପରାକୁ ସମ୍ମାନ ଜଣାଇ ସେହି ଗ୍ରାମର ଯୁବଗୋଷ୍ଠୀମାନଙ୍କ ଉଦ୍ୟମରେ ସେହି ଷଣ୍ଢ ଦେବତାଙ୍କ ଶବକୁ ଏକ ଯାନରେ ଶୁଆଇ ଫଗୁ ଚନ୍ଦନ ସୁନ୍ଦର ପକାଇ ଧୂପକାଠି ଲଗାଇ ହରିବୋଲ ଧ୍ଵନି ଦେଇ ଗ୍ରାମର ସମସ୍ତ ସାହିରେ ପରିକ୍ରମା କରି ଶେଷରେ ଏକ ସ୍ଥାନରେ ସମାଧିସ୍ଥ କରିଥିଲେ । ଯୁବଗୋଷ୍ଠୀଙ୍କ ଏତାଦୃଶ୍ୟ ମହାନ କାର୍ଯ୍ୟକୁ ପ୍ରଶଂସୀତ କରି ସ୍ଥାନୀୟ ବୁଗୁଡ଼ା ସହରର ପ୍ରତିଷ୍ଠିତ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ, ସାହିତ୍ୟିକ ଓ ପଶୁପ୍ରେମୀ ତ୍ରିଲୋଚନ ପଣ୍ଡା ଯୁବଗୋଷ୍ଠୀଙ୍କୁ ସାଧୁବାଦ ଜଣାଇ ପଶୁ ଆତ୍ମାର ସଦଗତି କାମନା କରିଥିଲେ ।
ରିପୋର୍ଟର ସନ୍ତୋଷ କୁମାର ପଣ୍ଡା