ବେଲଗୁଣ୍ଠା,୨୨/୦୬(ପିପିଟି);ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ତାରାସିଂଙ୍ଗି ଥାନା ଅଧିନ ସଳୁଆ ପଲ୍ଲୀ ଗ୍ରାମରେ ବୃଦ୍ଧଙ୍କୁ ହତ୍ୟା । ଜମି ଜମା କନ୍ଦଳ ରୁ ଏହି ହତ୍ୟା ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଜଗନ୍ନାଥ ବେହେରା (୭୦) I ପରିବାର ପକ୍ଷରୁ ଆଜି ତାରାସିଙ୍ଗି ଥାନାରେ ଅଭିଯୋଗ ହୋଇଛି । ପଡୋଶୀ ଜମି ଜାଗାକୁ କେନ୍ଦ୍ର କରି ଏହିଭଳି ହତ୍ୟା କରାଯାଇଥିବା ଉଲେଖ ରହିଛି । ଗତ ୨୦ ତାରିଖ ଅପରାହ୍ନ ସମୟରେ ଜମିର ଚାଲିଆ ବାଡ଼କୁ ନେଇ ଜଗନ୍ନାଥ ବେହେରା ଓ ପଡୋଶୀ ସିନି ଗୌଡ଼ ମଧ୍ୟରେ ପାଟିତୁଣ୍ଡ ହୋଇ ଥିଲା । ସିନି ଗୌଡ଼ ଓ ବାବୁଲା, କାଳିଆ, ରଂଜିତ ଉତକ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ଜଗନ୍ନାଥ ମୁଣ୍ଡକୁ ଆଘାତ କରିଥିବା ଓ ବାପାକୁ ବଞ୍ଚାଇବାକୁ ଯାଇ ପୁଅ ସନ୍ୟାସୀ ବି ମାଡ଼ରୁ ବାଦ ପଡ଼ିନଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥା ରେ ପରିବାର ଲୋକେ ଜଗନ୍ନାଥ ପ୍ରସାଦ ମେଡିକାଲରେ ଭର୍ତ୍ତି କରାଇଥିଲେ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନ ଆସିବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ଭର୍ତ୍ତି କରାଇଥିଲେ ଉକ୍ତ ରାତ୍ରିରେ ବାପା ମୃତ୍ୟୁ ହୋଇ ଥିବା ବେଳେ ପୁଅ ସନ୍ୟାସୀ ଅବସ୍ଥା ଗୁରୁତର ଥିବା ପରିବାର ପକ୍ଷରୁ କୁହାଯାଇଛି । ଏ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ବାପା ଜଗନ୍ନାଥ ମୃତ ଶରୀର ବ୍ୟବଛେଦ କରି ଗାଁ କୁ ଅନ୍ତିମ ସଂସ୍କାର ପାଇଁ ଅଣାଯାଇଥିଲା ।ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶରେ ଘଟଣା ସ୍ଥଳରେ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )