୬ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ।

0 0

ମାଲକାନଗିରି,୦୮/୦୬(ପିପିଟି):ଓଡ଼ିଶା ସରକାରଙ୍କ ଶିକ୍ଷା କ୍ଷେତ୍ରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଗ୍ରହଣ କରାଯାଇଥିବା “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା” ର ଦ୍ୱିତୀୟ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାର ୬ ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କାର୍ଯ୍ୟ ସମ୍ପନ୍ନ ହୋଇଛି।ଏହି ଅବସରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ଅଧିକାରୀ ଓ ଶିକ୍ଷାବିତ୍ ମାନେ ଉପସ୍ଥିତ ଥିଲେ।ଟେମ୍ପୋରାରୀ କଲୋନୀ ଉଚ୍ଚ ବିଦ୍ୟାଳୟ, ଚିତ୍ରକୋଣ୍ଡା ଠାରେ ଜିଲ୍ଲାପାଳ , ବ୍ଲକ୍ ର ଜନ ପ୍ରତିନିଧି ଓ ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଏମ୍ ଭି ୭୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଙ୍ଗୁରୁକୋଣ୍ଡା, କାଲିମେଳା ଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗା ସୋଡ଼ି ସାଂସଦ ପ୍ରତିନିଧି ଯୋଗ ଦେଇଥିଲେ । ସେହିପରି ଉଚ୍ଚ ବିଦ୍ୟାଳୟ, ମୁଣ୍ଡିଗୁଡ଼ା, ରାସବେଡ଼ା ଗ୍ରାମ ପଞ୍ଚାୟତ, ଖଇରପୁଟ ଠାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା ସାଂସଦ ପ୍ରତିନିଧି ବିଧାୟକ ପ୍ରତିନିଧି ଯୋଗ ଦେଇଥିଲା ବେଳେ ବିଭିନା ପ୍ରତିନିଧି ଓ ଗୋଷ୍ଠୀ ଶିଖା ଅଧିକାରୀ ଙ୍କ ସହ ଉଚ୍ଚ ବିଦ୍ୟାଳୟ, କେ ଗୁମା, ପ୍ରସନ୍ନପାଲି ଉଚ୍ଚ ବିଦ୍ୟାଳୟ, ନିଲିଗୁଡ଼ା ଗ୍ରାମ ପଞ୍ଚାୟତ, ପୋଡ଼ିଆ ଏବଂ କାଲାପାଲି ଉଚ୍ଚ ବିଦ୍ୟାଳୟ, ପୋଡ଼ାଘାଟ ଗ୍ରାମ ପଞ୍ଚାୟତ, ଖଇରପୁଟ ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ ହେଲା। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧ ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ପୂର୍ବରୁ ସ୍ଥାପନା ହୋଇସାରିଛି। ଏହା ସହିତ ଦ୍ୱିତୀୟ ପର୍ଯ୍ୟାୟର ୬ ଟି ମିଶି ମୋଟ ୭ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ କାମ ଆରମ୍ଭ ହେବ। ବର୍ତ୍ତମାନ ସମସ୍ତ ବିଦ୍ୟାଳୟର ଡି ପି ଆର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି।ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକ ନିର୍ମାଣ ହେବା ପରେ ମାଲକାନଗିରି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ନୂତନ ଯୁଗ ଆରମ୍ଭ ହେବ ଓ ଛାତ୍ରଛାତ୍ରୀମାନେ ପାଞ୍ଚ ଏକର ମଧ୍ୟରେ ଖେଳ ପଡ଼ିଆ, ଛାତ୍ରାବାସ, ଶ୍ରେଣୀଗୃହ , ବିଜ୍ଞାନ ଗାରା, ଶିକ୍ଷକ ନିଯୁକ୍ତି ସହ ଅତ୍ୟାଧୁନିକ ସୁବିଧା ସହିତ ଶିକ୍ଷା ଲାଭ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.