୧୯୧୨ରେ ଅଭିଯୋଗ ପରେ ବି ଟାଟା ପାୱାର କର୍ମଚାରୀ ଆସୁନାହାନ୍ତି।

0 6

ବୋଲଗଡ଼,୧୪/୯ (ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅଞ୍ଚଳରେ ବିଦ୍ୟୁତ୍ ସେବାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢୁଥିବା ଅଭିଯୋଗ ହେଉଛି। ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଟାଟା ପାୱାର ପକ୍ଷରୁ ଜାରି କରାଯାଉଥିବା ନିଶୁଳ୍କ ୧୯୧୨ ନମ୍ବରରେ ଅଭିଯୋଗ କରି ଜଣାଇଲେ ବି କର୍ମଚାରୀମାନେ ମଧ୍ୟ ଯଥାର୍ଥ ସମୟରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚୁନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଉପଭୋକ୍ତାଙ୍କ କହିବା ଅନୁଯାୟୀ, ବିଦ୍ୟୁତ୍ ତାର ଛିଣ୍ଡିବା, ଲାଇନରେ ତ୍ରୁଟି, ଟ୍ରାନ୍ସଫର୍ମର ସମସ୍ୟା କିମ୍ବା ନିଜ ଘରର ବିଦ୍ୟୁତ୍ ବିଭ୍ରାଟ ଦେଖାଦେଲେ ୧୯୧୨ ନମ୍ବରରେ ଅଭିଯୋଗ କରିବାକୁ କୁହାଯାଉଛି। ଉପଭୋକ୍ତାମାନେ ନିୟମ ଅନୁସାରେ ଅଭିଯୋଗ ପଞ୍ଜିକରଣ କରୁଥିଲେ ମଧ୍ୟ ଅନେକ ସମୟରେ ଅଭିଯୋଗର ସମାଧାନ ପାଇଁ କର୍ମଚାରୀ ନ ପହଞ୍ଚିବାରୁ ଲୋକେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ରହିଛି। ଜଦି ପହଞ୍ଚୁ ଛନ୍ତି ଦିନେ କିମ୍ବା ଦୁଇ ଦିନରେ ପହଞ୍ଚୁଛନ୍ତି ପଚାରିଲେ ବିଭିନ୍ନ ବାହାନା କରିଥାନ୍ତି। ବିଶେଷକରି ବର୍ଷା ଓ ରାତ୍ରି ସମୟରେ ବିଦ୍ୟୁତ୍ ବିଭ୍ରାଟ ହେଲେ ଲୋକଙ୍କ ଅସୁବିଧା ଆହୁରି ବଢିଯାଉଛି। ବିଦ୍ୟୁତ୍ ନଥିବାରୁ ଘରୋଇ କାର୍ଯ୍ୟ ସହିତ ଛାତ୍ରଛାତ୍ରୀଙ୍କ ପାଠପଢା, ବ୍ୟବସାୟିକ କାର୍ଯ୍ୟ ଓ ଅନ୍ୟାନ୍ୟ ଜରୁରୀ କାମ ପ୍ରଭାବିତ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅଭିଯୋଗ ପଞ୍ଜିକରଣ ପାଇଁ ୧୯୧୨ ନମ୍ବରରେ ଅନେକ ସମୟରେ ବ୍ୟସ୍ତ ରହୁଛି, ତେବେ ଅଭିଯୋଗ ପରେ ବାରମ୍ବାର ଫୋନ୍ ସମସ୍ୟା ମଧ୍ୟ ନିଶ୍ଚିତ କରାଯିବା ଅସହ୍ୟ ବୋଲି କୁହାଯାଉଛି। ଅନ୍ୟ ପଟେ ମଧ୍ୟ ଫୋନ୍ କରିଛନ୍ତି। ଏହି ସମସ୍ୟା ପ୍ରତି ଟାଟା ପାୱାରର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଅଭିଯୋଗର ତୁରନ୍ତ ସମାଧାନ, କର୍ମଚାରୀଙ୍କ ଦାୟିତ୍ୱବୋଧ ବୃଦ୍ଧି ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବାକୁ ସ୍ଥାନୀୟ ଉପଭୋକ୍ତାମାନେ ଦାବି କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.