ହେପାଜତକୁ ନେଇଥିବା କାଠଗଣ୍ଡି କୁ ପଞ୍ଚାୟତକୁ ପୁଣି ହସ୍ତାନ୍ତର କଲା ବନ ବିଭାଗ ।

0 273

ଭଞ୍ଜନଗର,୨୦/୦୭(ପିପିଟି) : ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତ ଆଗରେ ଥିବା ବିଜୁ ପଟ୍ଟନାୟକ ଛକ ପାର୍କ ରୁ ଗତ କିଛି ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ଝାଉଁ ଗଛ ଗୁଡିକୁ କଟା ଯାଇଥିଲା। ଏହା ପରେ ସମସ୍ତ କାଠ ଗଣ୍ଡି ଗୁଡିକୁ ପୂର୍ତ୍ତ ବିଭାଗ ଦେହାନ୍ତ ସମୟରେ ଗରିବ ଲୋକ ଙ୍କ ଶବ ଦାହ ପାଇଁ ସ୍ଥାନୀୟ ପଞ୍ଚାୟତକୁ ହସ୍ତାନ୍ତର କରିଥିଲେ। ହେଲେ ମଙ୍ଗଳବାର କିଛି ଚାପ ବଶବର୍ତ୍ତୀ ହୋଇ କେନ୍ଦ୍ରୀୟ ବନାଞ୍ଚଳ କର୍ମଚାରୀ ମାନେ ସ୍ଥାନୀୟ ସରପଞ୍ଚଙ୍କ ବିନା ଅନୁମତିରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଟ୍ରାକ୍ଟର ଯୋଗେ ସମସ୍ତ କାଠ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ହେପାଜତରେ ରଖିଥିଲେ। ଯାହାକୁ ନେଇ ବୁଧବାର ସରପଞ୍ଚ ଉଦ୍ଧବ ମିଶ୍ର,ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର ନେତୃତ୍ୱରେ ଶତାଧିକ ପଞ୍ଚାୟତ ବାସୀ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ କେଉଁ ଆଧାରରେ ବନ ବିଭାଗ ଏଭଳି କାଯ୍ୟ କଲା ସେ ନେଇ ଜବାବ ମାଗିଥିଲେ। କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଜବତ ସମସ୍ତ କାଠ କୁ ପୁନର୍ବାର ଫେରାଇ ଦିଆଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ଘଟଣା ଶାନ୍ତ ପଡିଥିଲା। ସନ୍ଧ୍ୟା ସମୟରେ ଟ୍ରାକ୍ଟର ଯୋଗେ ବାଉଁଶଲୁଣ୍ଡି ପଞ୍ଚାୟତକୁ ବନ ବିଭାଗ ପକ୍ଷରୁ ପୁଣି ସମସ୍ତ କାଠ ଫେରାଇ ଦିଆଯାଇଛି। ତେବେ ଘଟଣାକୁ ନେଇ ଅଞ୍ଚଳରେ କୌତୁହଳର ବାତାବରଣ ସୃଷ୍ଟି ହୋଇଥିବା ବେଳେ କାହା ଚାପରେ ବନ ବିଭାଗ ଏଭଳି କାର୍ଯ୍ଯ କରୁଛି ତାହା ସନ୍ଦେହ ଘେରରେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.