ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୮ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରକ୍ତଦାନ ଶିବିର ।

0 194

ବେଗୁନିଆପଡା:-(୧୯/୦୭/୨୦୨୬)- ବେଗୁନିଆପଡା ସ୍ଥିତ ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ କେ ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୮ ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବେଗୁନିଆପଡା ସ୍ଥିତ କଳିଙ୍ଗ ବୈଶ୍ୟ ଭବନ ଠାରେ କେ ଗୋବିନ୍ଦ ଚନ୍ଦ୍ର ସେନାପତି ଆଣ୍ଡ ସନସ ପରିବାର , ଜୀବନ ଧାରା ପରିବାର ଓ ସମ୍ବାଦ ଆମ ଓଡିଶାର ମିକିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ୧୦୮ ୟୁନିଟ ରକ୍ତ ସଂଗୃହିତ ହୋଇଯାଇଛି। ଏହି ଶିବିରଜୁ ସ୍ବର୍ଗତ କେ. ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ଧର୍ମ ପତ୍ନୀ କେ. ସନ୍ଧ୍ୟାରାଣୀ ସେନାପତି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ତାଙ୍କ ପୁତ୍ର କେ ବାଲାଜୀ କୁମାର ସେନାପତି, ପୁତ୍ରବଧୂ କେ. ରେଶମା ରାଣୀ ସେନାପତି, ପୁତ୍ର କେ. ଶ୍ରୀୟନ ସେନାପତି, ବାଲାଜୀ ସେନାପତିଙ୍କ ଶ୍ୱଶୁର ସନ୍ତୋଷ କୁମାର ପାତ୍ର, ସନ୍ତୋଷ କୁମାର କଅଁର ସରୋଜ କୁମାର ମହାରଣା, ଗଙ୍ଗାଧର ଖୁଣ୍ଟିଆ, ଜଟେଶ୍ୱର ସାହୁ,ଦେବେନ୍ଦ୍ର କୁମାର ମହାରଣା, ପ୍ରଶାନ୍ତ କୁମାର ବେହେରା, କେ. ଅଶୋକ କୁମାର ସେନାପତି, ଜୀବନ ଧାରା ସଭାପତି ଏମ ଗୋପବନ୍ଧୁ ଆଚାରୀ, କୋଷାଧକ୍ଷ ଏ ସୋମେଶ ପାତ୍ର, ଦୀପକ ଖଟେଇ. ଜଟେଶ୍ୱର ସାହୁ , ଶିବରାମ ତରେଇ, ରୁଦ୍ର ପ୍ରସାଦ ଗୌଡ଼, ସୁନୀଲ ବେହେରା,ଜାତୀୟ ମାନବାଧିକାର କଲ୍ୟାଣ ସଂଘ ଗଞ୍ଜାମ ଜିଲ୍ଲା ସଭାପତି ଗଙ୍ଗାଧର ପଟ୍ଟନାୟକ, ଟୁକୁନା ପ୍ରଧାନ,କେ.ପ୍ରଶାନ୍ତ କୁମାର ପାତ୍ର, କେ.ପ୍ରଦୀପ କୁମାର ପାତ୍ର, ସୁରେନ୍ଦ୍ର ଗୌଡ଼,କେ ବୃନ୍ଦାବନ ସେନାପତି ଆଣ୍ଡ ସନସ ଟିମ ପକ୍ଷରୁ ସାଗର ସାହୁ, ନାରାୟଣ ସାହୁ, ଅର୍ଜୁନ ସାହୁ, ଭି ଲକ୍ଷ୍ମଣ ରାଜୁ, ଟିକିନା ପଣ୍ଡା, ଏ ଶ୍ୟାମ ପାତ୍ର, ନିରଞ୍ଜନ ମାହାଙ୍କୁଡ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ବ୍ରହ୍ମପୁର ଏମ କେ ସି ଜି ରକ୍ତ ଭଣ୍ଡାର ପକ୍ଷରୁ ପି କେ ସୁବୁଦ୍ଧି, ଆଲୋକ ମହାନ୍ତି, ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ଡି ବି କାର୍କେ, ଅଜିତ ମହାରଣା, ସସ୍ମିତା ମୁଦୁଲି ଓ ସାଗରିକା ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

Leave A Reply

Your email address will not be published.