ମହାପ୍ରଭୁ ବରାହ ଅବତାରରେ ଦର୍ଶନ ଦେଲେ ।

0 193

ବାଲିଗୁଡା, ୧୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପରେ ଚତୁର୍ଥ ଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଠାକୁର ବରାହ ଅବତାରରେ ଦର୍ଶନ ଦେଇଛନ୍ତି । ବଡ ସନ୍ଧ୍ୟା ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମନ୍ଦିର ତରଫରୁ ଟ୍ରଷ୍ଟ ର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ମାଉସୀ ମା’ ମନ୍ଦିର ନିକଟରେ ନବଦିନ ବ୍ୟାପି ପ୍ରସାଦ ବଣ୍ଟନ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଥ‌ିବା ବେଳେ ଶ୍ରୋତାମାନଙ୍କ ଗହଳି ହେଉଥିବା ଦେଖିବାକୁ ମିଳିଛି।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.