ସ୍କୁଟିକୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ; ୨୧ଗୁରୁତର ।

0 389

ଭଞ୍ଜନଗର,୨୩/୦୯(ପିପିଟି): ସୋରଡ଼ା ବ୍ଲକ ଗଉଡ଼ ଗୋଠ ରୁ ନୀଳକଣ୍ଠ ନାମକ ଏକ ଘରୋଇ ବସ ପ୍ରାୟ ୫୦ଜଣ ଚାଷୀଙ୍କୁ ନେଇ ସକାଳ ସାଢ଼େ ଆଠଟା ସମୟରେ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରକୁ ଏକ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଆସୁଥିବା ବେଳେ କୁଲାଙ୍ଗୀ ଓ କାଳିଆ ଗୁଡ଼ା ମଧ୍ୟବର୍ତ୍ତୀ ସ୍ଥାନରେ ସାମ୍ନା ପଟୁ ଏକ ସ୍କୁଟି ନେଇ ଆସୁଥିବା ଚାଳକ ଜଣଙ୍କ ମୋବାଇଲରେ କଥା ହୋଇ ମଝି ରାସ୍ତାକୁ ଆସିଯିବାରୁ ତାକୁ ବଞ୍ଚାଇବାକୁ ଯାଇ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା। ଫଳରେ ଡ୍ରାଇଭର ସମେତ ବହୁ ଲୋକ ଆହତ ହୋଇଥିଲେ। ୧୦୮ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକମାନେ ଓ ପୋଲିସ ଗୁରୁତର ୧୬ଜଣଙ୍କୁ ଭଞ୍ଜନଗର ମେଡ଼ିକାଲ ଓ ଅନ୍ୟ ୫ଜଣଙ୍କୁ ସୋରଡ଼ା ମେଡ଼ିକାଲକୁ ପଠେଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.