ବେଗୁନିଆପଡା,୦୯/୦୮(ପିପିଟି):ସ୍ବର୍ଗତ ରଞ୍ଜନ କୁମାର ଦଳେଇଙ୍କ ସ୍ମୃତିରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ଆଜି ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଛି। ଏହି ଶିବିରକୁ ରଞ୍ଜନଙ୍କ ବାପା ପ୍ରଫୁଲ ଚନ୍ଦ୍ର ଦଳେଇ ଜଗନ୍ନାଥଙ୍କ ପ୍ରତିମା ନିକଟରେ ଦୀପ ପ୍ରଜ୍ବଳନ କରିବା ନିଜର ପୁଅଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଦେଇ ଧୂପ ଦେଇ ଶୁଭାରମ୍ଭ କରିଥିଲେ। ଏହି ଶିବିରରେ ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ, ଶରତ ଚନ୍ଦ୍ର ପାଣ୍ଡି, ସୁଶୀଲ କୁମାର ବିଶ୍ୱାଳ, ସୁଶାନ୍ତ କୁମାର ଡାକୁଆ, ରାମଚନ୍ଦ୍ର ବିଶ୍ୱାଳ, ବସନ୍ତ କୁମାର ବାରିକ, ମହେନ୍ଦ୍ର କୁମାର ଗୌଡ଼,ରାକେଶ ସାହୁ, ଆଜିତ ପ୍ରଧାନ, ରଞ୍ଜନ ବିଶ୍ୱାଳ, ମଳୟ ସାହୁ, ଗଙ୍ଗାଧର ପଟ୍ଟନାୟକ, ବାବାନାଥ ମହାନ୍ତି, ରବୀନ୍ଦ୍ର ନାଥ ମହାରଣା, ଶୁଭକାନ୍ତ ଗୌଡ଼, ରବୀନ୍ଦ୍ର କୁମାର ଜେନା, ଧର୍ମାନନ୍ଦ ମହାରଣା, ଦୀପକ କୁମାର ଖଟେଇ, ଶିବ ରାମ ତରେଇ, ମର୍ଦକୋଟ ସରପଞ୍ଚ ସନ୍ତୋଷ କୁମାର ବିଶ୍ୱାଳ,ସାନ ଉସ୍ତାପଡ଼ା ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ଗୌତମ ବିଶ୍ୱାଳ,ଟୁଲୁ ରାଉତ,ବାବୁ ଡାକୁଆ ଗଗନ ସାହୁ ଙ୍କ ସମେତ ସ୍ବର୍ଗତ ରଞ୍ଜନ ଙ୍କ ସାଙ୍ଗ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ।
ବ୍ରହ୍ମପୁର ଏମ କେ ସି ଜି ରକ୍ତ ଭଣ୍ଡାର ପକ୍ଷରୁ ଡା. ଶ୍ରୀ ନିଧି, କାଳୁ ସେଠୀ, ଦେବରାଜ ଭୋଇ, ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ବସନ୍ତ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ