ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର।

0 0

ପୋଲସରା,୦୮/୦୮ (ପିପିଟି): ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟ ଠାରେ ଜାତୀୟ କୃମି ନାଶକ ଦିବସକୁ ସଫଳ କରିବା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଏମ୍ ଓ ଆୟୁଷ ଡାକ୍ତର ଶୁଭ୍ରାଂଶୁ ଶେଖର ସେଠୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ପ୍ରତିବର୍ଷ ଦୁଇଥର ଏହି କୃମି ନାଶକ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ପ୍ରକାରେ ସମଗ୍ର ଦେଶରେ ଫେବୃଆରୀ ମାସ ୧୦ ତାରିଖ ଏବଂ ଅଗଷ୍ଟ ମାସ ୧୦ ତାରିଖ ଦିନ କାର୍ଯ୍ୟକାରୀ କରାଯାଇଥାଏ। ଏହି କ୍ରମରେ ଆସନ୍ତା ୧୦ ତାରିଖ ସୋମବାର ଦିନ ପୋଲସରା ପୌରପାଳିକା ଏବଂ ବ୍ଲକର ୨୬ଗୋଟି ଗ୍ରାମ ପଞ୍ଚାୟତର ୧୧ ଗୋଟି କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ବା ସହକାରୀ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉକ୍ତ ୧୦ ତାରିଖରେ ସମସ୍ତ ପିଲା ଖାଇସାରିବା ପରେ ଗୋଟିଏ ଲେଖାଏଁ ଆଲବେଣ୍ଡଡ଼ାଜଲ ଜାତୀୟ କୃମି ନାଶକ ବଟିକା ଚୋବାଇ ଖାଇଲା ପରେ ପାଣି ପିଇବାକୁ ବୁଝାଯିବା ସହିତ ଯେଉଁ ପିଲା ଅନୁପସ୍ଥିତ ରହି ବଟିକା ଖାଇନଥିବେ ସେମାନଙ୍କୁ ୧୭ ତାରିଖ ସୋମବାର ଦିନ ସେବନ କରିବାକୁ ପରାମର୍ଶ ଦିଆଯାଆଇଛି। ଏହି ଶିବିରରେ ସିଏଚଓ ଦୟାନିଧି ହୋତା, ସିଏଚଓ ବିନତା ରାଉତ ଓ ପୂର୍ବତନ ଗୋଛାବାଡ଼ି ସିଆରସିସି ତଥା ଆରପି. ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଏହି ଦ୍ୱିତୀୟ ପର୍ଯ୍ୟାୟ ଶିବିରରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ସହାୟକ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.