ସାମାନ୍ୟ ବଚସାରୁ ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ।

0 7

କୋଦଳା,୨୭/୦୮(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଶାଳବଣ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ କଥା କଟାକଟିକୁ ନେଇ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମାରାତ୍ମକ ଆକ୍ରମଣ କରାଯାଇଛି।
ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସେହି ଗାଁର କାହ୍ନା ବାରିକ। ବାଦଲ ଦତ୍ତ ନାମକ ସେହି ଗ୍ରାମର ଯୁବକ କାହ୍ନୁକୁ ଆକ୍ରମଣ କରିଥିବା ସୂଚନା ମିଳିଛି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଜଣାପଡ଼ିଛି।

ଗାଁର ଅନ୍ୟ ଜଣେ ଯୁବକଙ୍କ ସହ କାହ୍ନାଙ୍କର କୌଣସି ସାମାନ୍ୟ କାରଣରୁ ବଚସା ହୋଇଥିଲା। ତେବେ ଏହି ବଚସା ଉଗ୍ର ରୂପ ନେଇଥିଲା ଏବଂ ଅପରପକ୍ଷର ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ ଧାରୁଆ ଅସ୍ତ୍ରରେ କାହ୍ନାଙ୍କୁ ମାରାତ୍ମକ ପ୍ରହାର କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥା ରେ ସ୍ଥାନୀୟ ଲୋକେ କୋଦଳା ମେଡିକାଲ ରେ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ କୋଦଳା ଥାନା ପୋଲିସ ତୁରନ୍ତ ଶାଳବଣ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ, ପୋଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.