ସାପ୍ତାହିକ ସମ୍ବାଦପତ୍ର ‘ ରାଜଭୂମି ‘ ଲୋକାର୍ପିତ ।

0 0

କେନ୍ଦ୍ରାପଡ଼ା,୧୮/୦୮ : ସାପ୍ତାହିକ ସମ୍ବାଦପତ୍ର ‘ ରାଜଭୂମି ‘ ତିନିମୁହାଁଣୀ ସ୍ଥିତ ଶ୍ରୀରାମ ମନ୍ଦିର ସଭାକକ୍ଷରେ ଲୋକାର୍ପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ‘ଖୋଲାମତ’ର ସଂପାଦକ ପ୍ରମୋଦ କୁମାର ସାହୁ ଯୋଗଦେଇ ଓଡ଼ିଶାରେ ଥିବା ସମ୍ପଦ ଓ ସମ୍ଭାବନା ସଠିକ୍ ଉପଯୋଗୀ କରି ବିକଶିତ ଓଡ଼ିଶା ଗଠନ କରିବାରେ ସମ୍ବାଦପତ୍ରର ପ୍ରମୁଖ ଭୂମିକା ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମଳୟ ରଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୀତାଞ୍ଜଳି ସେଠି, ସମ୍ମାନିତ ବକ୍ତା ଭାବେ ମେଜର ଭରତ ଚନ୍ଦ୍ର ଜେନା, ବିଶିଷ୍ଟ ଅତିଥି ଭାବେ ପ୍ରାଧ୍ୟାପକ ତଥା ବନଫୁଲର ସଂପାଦକ ରତ୍ନାକର ନାୟକ, ଅଧ୍ୟାପିକା ଭଗବତୀ ରାଉତ ଯୋଗଦେଇ ‘ ରାଜଭୂମି ‘ ଲୋକାର୍ପିତ କରିଥିଲେ। ରାଜଭୂମିର ସମ୍ପାଦକ ପବିତ୍ର ବ୍ରହ୍ମପୁତ୍ର ନାୟକ ସମ୍ବାଦପତ୍ରର ଆଭିମୁଖ୍ୟ ସମ୍ପର୍କରେ ଅଭିଭାଷଣ ରଖିବା ସହ ସଭା ପରିଚାଳନା କରିଥିଲେ।

Leave A Reply

Your email address will not be published.