ରଥଯାତ୍ରା ଅବସରରେ ବ୍ରଜବନ୍ଧୁ ସେବା ପ୍ରତିଷ୍ଠାନର ସେବାକାର୍ଯ୍ୟ ।

0 177

ପୁରୀ,୧୮/୦୮(ପିପିଟି):ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଗଡ଼ରୋଡ଼ଙ୍ଗ ବକ୍ସି ବଜାରଠାରେ ବ୍ରଜବନ୍ଧୁ ସେବା ପ୍ରତିଷ୍ଠାନ ପକ୍ଷରୁ ଏକ ସେବା ଶିବିର ଅନୁଷ୍ଠିତ ହେଉଅଛି । ବ୍ରହ୍ମପୁର, ପାରିକୁଦ ଏବଂ ସାତପଡା ଅଂଚଳରୁ ପାଦରେ ଚାଲି ଚାଲି ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ଦେଖିବା ପାଇଁ ଆସୁଥିବା ମାନସିକଧାରୀ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା ଶିବିର ଖୋଲାଯାଇଅଛି । ଗତ 13 ତାରିଖରୁ ଆରମ୍ଭ ହୋଇଥିବା ଏହି ସେବା ଶିବିର ଗତ କାଲି ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ଶହ ଶହ ପଥଚାରୀ ଶ୍ରଦ୍ଧାଳୁ ବିଶେଷ କରି ମହିଳାମାନେ ଏଠାରେ ବିଶ୍ରାମ ନେବା ସହ ସେମାନଙ୍କୁ ପାଣି, ଦହି ପଣା, ଚା, ବିସ୍କୁଟ ବଣ୍ଟନ କରାଯାଇଥିଲା । ପ୍ରବଳ ବର୍ଷା ସତ୍ୱେ ଦୁଇ ଦିନ ପୂର୍ବରୁ ପଥଚାରୀଙ୍କ ସୁଅଛୁଟିଥିଲା । ନାରାୟଣ ପରାୟଣ ଭକ୍ତମାନଙ୍କର ସେବା କରିବା ପାଇଁ ଗାଁ ତଥା ଆଖପାଖ ଗାଁର ବହୁ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର, ବିଶିଷ୍ଠ ସମାଜ ସେବୀ ଶୁଭ୍ରାଂଶୁ ଶେଖର ବିଶ୍ୱାଳ, କାଳନ୍ଦି ରଚଣ ସ୍ୱାଇଁ, ଭ୍ରମର ବର ପ୍ରଧାନ, ଅଧିକାରୀ ନାୟକ, ପ୍ରଭାକର ସାହୁ, ନାରାୟଣ ନାୟକ, ଲଳିତ ମୋହନ ସାଥୁଆ, ବିଜୟ କୁମାର ମଲ୍ଲିକ, ମହେନ୍ଦ୍ର କୁମାର ନାୟକ, ପ୍ରସନ୍ନ କୁମାର ବରାଳ, ନୃସିଂହ ଚରଣ ସାହୁ, ନୃସିଂହ ମହାରଣା, ବିଷ୍ଣୁପ୍ରିୟା ସ୍ୱାଇଁ, ଉମାକାନ୍ତ ମହାନ୍ତି, ଭାସ୍କର ଚନ୍ଦ୍ର ପୂଜାରୀ, କୃଷ୍ଣଚନ୍ଦ୍ର ରାୟ, ହରିହର ପାହାଳ, ଶ୍ରୀଧର ହରିଚନ୍ଦନ ପ୍ରମୁଖ ବହୁ ବଦାନ୍ୟ ବ୍ୟକ୍ତି ସହାୟତା ପ୍ରଦାନ କରିଥିଲେ । ଏହି ଶିବିର ବାହୁଡା ଯାତ୍ରା ଅବସରରେ ଆସନ୍ତା 21 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ ଚାଲିବ । ବ୍ରଜବନ୍ଧୁ ସେବା ପ୍ରତିଷ୍ଠାନର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ଦଳାଇ(ବୁଢା)ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶିବିର ପରିଚାଳନା କରାଯାଉଛି ।

Leave A Reply

Your email address will not be published.