ସଡକ ଦୁର୍ଘଟଣାରେ ମୃତ ତହସିଲ କର୍ମଚାରୀ ଓ ନିଟ ଛାତ୍ରକୁ ବିଧାୟକଙ୍କ ସହୟତା ।

0 5

ଯାଜପୁର,୧୮/୦୭(ପିପିଟି): ଧର୍ମଶାଳା ବିଧାୟକ ହିମାଂସୁ ଶୈଖହର ସାହୁ ଆଜି ଆରୁହା ଗ୍ରାମକୁ ଯାଇ ସଡକ ଦୁର୍ଘଟଣାରେ ମୃତ ତହସିଲ କର୍ମଚାରୀଙ୍କ ପରିବାର ଓ ନିଟ ପରୀକ୍ଷାରେ ସଫଲତା ହାସଲ କରିଥିବା ଛାତ୍ରକୁ ଭେଟି ସହାୟତା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ଆରୁହା ଛକ ଠାରେ ଗତ ଶନିବାର ଅପରାହ୍ନରେ ଏକ ବାଇକରେ ଘରକୁ ଫେରୁଥିବା ବେଳେ ସୁକିନ୍ଦା ଆରଆଇ କାର୍ଯ୍ୟାଳୟର ପିଅନ ଶଶହିକାନ୍ତ ବଳ (୪୧)ଙ୍କ ହାଇୱା ଗାଡି ଧକ୍କାରେ ମୃତ୍ୟୁ ହୋଇଥିଲା । ଏସମ୍ପର୍କରେ ଖବର ପାଇ ବିଧାୟକ ଶ୍ରୀ ସାହୁ ନିଜ ସମର୍ଥକଙ୍କ ସହ ଆରୁହା ଗ୍ରାମସ୍ଥିତ ସ୍ୱର୍ଗତ ଶଶିକାନ୍ତଙ୍କ ଘରେ ପହଁଚି ତାଙ୍କ ପରିବର ଲୋକମାନଙ୍କୁ ଭେଟି ସନ୍ୱନା ଦେବା ସହ ସବର୍ଗତ ଶଶିକାନ୍ତଙ୍କ ପତ୍ନୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି । ସେହିପରି ଆରୁହା ଗ୍ରାମର ନିଟ ୟୁଜି ପରୀକ୍ଷାରେ ସଫଳତା ପାଇଥିବା ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ଆଶିଷ ଜେନାଙ୍କ ଘରେ ବିଧାୟକ ଶ୍ରୀ ସାହୁ ପହଁଚି ତାଙ୍କୁ ହାର୍ଦ୍ଦିିକ ଅଭିନନ୍ଦନ ଓ ଶୁଭେଛା ଜଣାଇବା ସହ ଭଲ ପାଠ ପଡି ନିଟ ପରୀକ୍ଷାରେ ସଫଲତା ହାସଲ କରିଥିବାରୁ ତାଙ୍କୁ ଏକ ଲାପଟପ ପ୍ରଦାନ କରିଛନ୍ତି । ଏଥିସହ ଆଶିଷ ନିଟ ପରୀକ୍ଷାରେ ଉତିର୍ଣ୍ଣ ହୋଇ ଧର୍ମଶାଳା ଏବଂ ଯାଜପୁର ପାଇଁ ଗୌରବ ଆଣିଛନ୍ତି । ଏଥିଲାଗି ବିଧାୟକ ଶ୍ରୀ ସାହୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

Leave A Reply

Your email address will not be published.