ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ।

0 0

ବାଲିଗୁଡା, ୦୯/୦୭:(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଆଦିବାସୀ ମହାବିଦ୍ୟାଳୟ ପୁର୍ବତନ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୬୦ ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରି ବିଜ୍ଞାନ, ଗଣିତ ପ୍ରକଳ୍ପ, ବିଜ୍ଞାନ ଗଣିତ ପ୍ରୟୋଗ, ସଂସ୍କୃତ ବିଜ୍ଞାନ ଓ ଗଣିତ ପ୍ରଶ୍ନମଞ୍ଚ , ମୁର୍ତିକଳା, ପତ୍ରବାଚନ ଓ ନିବନ୍ଧ ଆଦି ଉପରେ ପ୍ରତିଯୋଗିତା ହୋଇଥିଲା। ଏଠାରୁ ଉତିର୍ଣ୍ଣ ହୋଇଥ‌ିବା ଛାତ୍ରଛାତ୍ରୀ ମାନେ ବିଭାଗ ସ୍ତରକୁ ଯିବେ। ବିଦ୍ୟାଳୟ ପରିଚାଳନା କମିଟି ର ସମ୍ପାଦକ ତଥା ଶିକ୍ଷକ ତିର୍ଥବାସୀ ଘଡେଇ ଅତିଥି ମାନଙ୍କ ର ପରିଚୟ କରାଇଥିଲେ। ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକଟର ସଂଜିବ କୁମାର ରୁପା ମାଝୀ, ବିଦ୍ୟାଳୟର ପରିଚାଳନା ସଭାପତି ତଥା ଆଇନଜୀବି ସୁଧାଂଶୁ ମୋହନ ପତି, ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ଦିଗାଳ, ଶିକ୍ଷା ବିକାଶ ସମିତିର ସଂଙ୍କୁଳ ପ୍ରମୁଖ ପ୍ରଶାନ୍ତି ସାହୁ ଓ ଆୟୋଜକ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ମମତା ମହାରଣା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.