ସଂସ୍କୃତି ଓ କଳା ପରିଷଦ,ଓଡିଶା ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ ।

0 282

ଭଞ୍ଜନଗର,୧୩/୦୭(ପିପିଟି): ସଂସ୍କୃତି ଓ କଳା ପରିଷଦ,ଓଡିଶା ତରଫରୁ ଘୁମୁସର ଅଞ୍ଚଳର ବିଭନ୍ନ ବର୍ଗର କଳାକାରମାନଙ୍କୁ ତଥା ସାହିତ୍ୟିକ,ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ,ରାଜ୍ୟ ସଂଯୋଜକ ସୁଜିତ କୁମାର ରାଉତ, ରାଜ୍ୟ ସଂଗଠନ ସଂପାଦକ ତ୍ରିଲୋଚନ ବାରିକ ପ୍ରମୁଖ ଯୋଗ ଦେଇ ଘୁମୁସର ଅଞ୍ଚଳର କଳାକାରମାନଙ୍କୁ କିପରି ସଂଗଠିତ କରିବା ସହ ନାନା ସରକାରୀ ସୁବିଧା ସୁଯୋଗ ମିଳିବ ଏବଂ କଳା ଓ କଳାକାରଙ୍କ ବିକାଶ ହେବ ସେ ସମ୍ବନ୍ଧରେ ଆଲୋଚନା କରିଥଲେ । ଏହି ଆଲୋଚନା ଚକ୍ରରେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ସଭାପତିତ୍ବ କରିଥିବା ବେଳେ ନାଟ୍ୟକାର ପ୍ରଫୁଲ ବେହେରା, ଆନ୍ତର୍ଜାତୀୟ ପଶୁମୁଖା ନୃତ୍ୟ ଶିଳ୍ପୀ ନାରାୟଣ ମହାରଣା,ବିଶ୍ବ ଜନନୀ କଳା ପରିଷଦର ସଂପାଦକ ଜଗଦୀଶ ପାଣିଗ୍ରାହୀ, ଅଶ୍ବନୀ କୁମାର ପାଣିଗ୍ରାହୀ, ନେତାଜୀ ବିଷୋୟୀ, ନଳିନୀପ୍ରଭା ଦାସ,ପ୍ରଭାତି ମଞ୍ଜରୀ ବେହେରା, ବିଷ୍ଣୁପ୍ରିୟା ସେନାପତି, ତ୍ରିନାଥ ବେହେରା,ସୁବାଷ ଚନ୍ଦ୍ର ତାରିଣୀ ପ୍ରମୁଖ କଳାକାର, କବି,କବୟିତ୍ରୀ, ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପାଣ୍ଡବ ସେଠୀ, ଶିକ୍ଷକ ସିମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ନଳିନୀପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.