ବାଲିଗୁଡା, ୨୩/୦୪:(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ଲାଇନପଡା ଫାଣ୍ଡି କୁସୁମେଣ୍ଡି ଗ୍ରାମପଞ୍ଚାୟତର ବୁଡ଼େଡି ଠାରେ ଚଳିତ ମାସ ୧୮ ତାରିଖରେ ଘଟିଥିବା ଗୁଳିକାଣ୍ଡରେ ନାବାଳକ ବିଭୁତି କହଁର(୧୬)ଙ୍କ ମୃତ ଘଟିଥିଲା । ଉକ୍ତ ଗୁଳିକାଣ୍ଡରେ ଦୁଇଜଣ ସମ୍ପୃକ୍ତ ଥିବା ପୋଲିସ ଜାଣି ପାରିଥିଲେ ସେମାନେ ହେଲେ ପ୍ରତାପ କହଁର (୨୯) ଏବଂ ସୁମନ ବିନ୍ଧାଣି (୧୭) । ସେହି ଦୁହିଁଙ୍କ ମଧ୍ୟରୁ ପ୍ରତାପ କହଁର ମୁଖ୍ୟ ଆସାମୀ ଥିବା ବେଳେ ସେ ଫେରାର ହୋଇଯାଇଥିଲେ I ସୁମନ ବିନ୍ଧାଣିଙ୍କୁ ଅଟକ ରଖି ପଚରାଉଚରା ପରେ ପରବର୍ତ୍ତୀ ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଫେରାର ଥିବା ମୁଖ୍ୟ ଆସାମୀ ପ୍ରତାପ କହଁରଙ୍କୁ ଗୁରୁବାର ଟିକାବାଲି ପୋଲିସ ନିଜ ଗ୍ରାମରୁ ଧରିବା ନିମନ୍ତେ ସକ୍ଷମ ହୋଇଥିଲେ । ଟିକାବାଲି ପୋଲିସ ତାଙ୍କୁ ଜେରା କରିଥିଲେ । ତାଙ୍କ ବନ୍ଧୁକରୁ ଗୁଳି ବାଜି ସୁମନର ମୃତ ହୋଇଥିବା ବିଷୟ ପ୍ରତାପ ନିଜେ ସ୍ୱୀକାର କରିଥିଲେ । ଗୁରୁବାର ପ୍ରତାପ କହଁରଙ୍କୁ ଫୁଲବାଣୀ ସ୍ଥିତ ଏସଡିଜେଏମ କୋର୍ଟ କୁସ୍ଥାନାନ୍ତରିତ କରାଯାଇଥିବା ବିଷୟ ଥାନା ଅଧିକାରୀ ସମୀର କୁମାର ବେହେରା ସୂଚନା ଦେଇଛନ୍ତି ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ