ଲଗାଣ ବର୍ଷା ଓ ବାତ୍ୟାରେ ରାମପଲ୍ଲୀ ଠାରେ ବ୍ୟାପକ କ୍ଷୟକ୍ଷତି ।

0 6

କୋଦଳା ,୦୨/୧୧(ପିପିଟି): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ବେରୁଆଁବାଡ଼ି ପଞ୍ଚାୟତର ରାମପଲ୍ଲୀ ଗ୍ରାମରେ ବ୍ୟାପକ ଫସଲ କ୍ଷୟକ୍ଷତି ଘଟିଛି । ଗ୍ରାମର ପ୍ରାୟ ୫୦ ଭାଗରୁ ଅଧିକ ଧାନ ଏବଂ ପରିବା ଫସଲ ନଷ୍ଟ ହୋଇଛି । ପ୍ରବଳ ବର୍ଷା ଏବଂ ପବନରେ ଧାନ ଗଛ ଗୁଡିକ ଢଳିପଡି ମାଟି ସହ ମିଶିଯାଇଛି । ଋଣ ଦାଉରୁ କିପରି ରକ୍ଷା ପାଇବେ ଏନେଇ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଛି । ଗ୍ରାମର ତରଙ୍ଗ ବାରିକ, ବିନୋଦ ପାଣ୍ଡିଙ୍କ ୬ ଭରଣ ଲେଖାଏଁ,ମଞ୍ଜୁ ଗୌଡ଼, ସପନା ପରିଡା, ଲଡ଼ୁ ପାଣ୍ଡିଙ୍କ ୭ଭରଣ ଲେଖାଏଁ ,ମମତା ମହାନ୍ତିଙ୍କ ୫ ଭରଣ, ନିରିମା ପଳତା, ମାଲୁଣି ପାଣ୍ଡି, ଭାରତୀ ପାଣ୍ଡିଙ୍କ ୩ ଭରଣ ଲେଖାଏଁ , ଝୁନୁ ପାଣ୍ଡି , ସଂଜୁ ସ୍ୱାଇଁ , ମମତା ପଳତା, ଧୋବା ପାଣ୍ଡି , କାମିନୀ ପାଣ୍ଡି,,ସୁଦୂରୁ ବାରିକ, ଗନ୍ଧି ବାରିକଙ୍କ ୨ ଭରଣ ଲେଖାଏଁ, ଗୋପାଳ ପଳତା, ଲଷ୍ମୀ ପଳତାଙ୍କ ଏକ ଭରଣ ଲେଖାଏଁ ଏବଂ ଅନ୍ୟ ଚାଷୀଙ୍କ କିଛିକିଛି ଧାନ ଫସଲ ତଳେ ପଡି ନଷ୍ଟ ହୋଇଛି । କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି । ସେହିପରି କୋଦଳା ଏନଏସି ସମେତ ବେଗୁନିଆପଡା ବ୍ଲକର ବେରୁଆଁବାଡ଼ି, କାଳିମେଘି, ସାନ ଉସ୍ତାପଡ଼ା, ମଠସରସିଙ୍ଗି, ଦିଗାପଡା, ଫାସି, ମର୍ଦ୍ଦମେଖ ଘୋଡାପଡା ଆଦି ପଞ୍ଚାୟତର କେତେକ ସ୍ଥାନରେ ଧାନ ଫସଲ ଏବଂ ପରିବା ଫସଲ ନଷ୍ଟ ହୋଇଥିବା ଖବର ହସ୍ତଗତ ହୋଇଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.