ରାସ୍ତା ଉପରେ ଜମିଲା ପାଣି, ଚିଙ୍ଗୁଡିଖୋଲ ମୁଖ୍ୟ ରାସ୍ତା ବନ୍ଦ ।

0 216

ବେଗୁନିଆପଡ଼ା,୨୦/୧୧(ପିପିଟି ):ବାତ୍ୟା ଆକୱାନ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଚିଙ୍ଗୁଡ଼ିଖୋଲ ରାସ୍ତା ବନ୍ଦ । ମୁଖ୍ୟ ରାସ୍ତାରେ ପାଣି ଜମି ରହିବାରୁ ଯାତାୟାତରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସାଧାରଣ ଲୋକ ହନ୍ତସନ୍ତ। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ସମସ୍ୟାକୁ ନେଇ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ କାହିଁକି ହେଉନାହିଁ? ପ୍ରତିବର୍ଷ ବର୍ଷା ହେଲେ ରାସ୍ତାରେ ପାଣି ଜମୁଛି, ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ହେଲେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନଜର କେବେ ପଡ଼ିବ? କେବଳ ଖବର ପ୍ରସାରଣରେ ସମସ୍ୟାର ସମାଧାନ ହେବନି। ତୁରନ୍ତ ଜଳ ନିଷ୍କାସନ ଓ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଚିଙ୍ଗୁଡ଼ିଖୋଲବାସୀ ଦାବି କରିଛନ୍ତି।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.