ବାତ୍ୟା ବେଳେ ମନେ ପଡ଼େ କଚ୍ଚା ଘରକଥା,ବାତ୍ୟା ପରେ ପକ୍କା ଘର ପାଇଁ ଯୋଜନା ନାହିଁ ।

0 186

ବୋଲଗଡ଼,୨୦/୧୧ (ପିପିଟି): ବାତ୍ୟା ଆସିଲେ ମନେ ପଡେ ଆଶ୍ରୟସ୍ଥଳୀ, ବାତ୍ୟା ଆକ୍‌ଭନ ପାଇଁ ବୋଲଗଡ଼ ବ୍ଲକରେ ୫ଟି କଲ୍ୟାଣ ମଣ୍ଡପ ସମେତ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକକୁ ମିଶାଇ ମୋଟ ୫୨ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ। ଟିଭିରେ, ସୋସିଆଲ ମିଡିଆରେ, ମାଇକରେ ଡାକରା ସମସ୍ତେ ସ୍କୁଲକୁ ଆସନ୍ତୁ”।ହେଲେ ପ୍ରଶ୍ନ ହେଉଛି ଯେଉଁ ଲୋକ ପ୍ରତି ବର୍ଷ ବାତ୍ୟାରେ ସ୍କୁଲ ବାରଣ୍ଡାରେ ରାତି କାଟୁଛି, ତାକୁ ଯଦି ଆଗରୁ ଗୋଟିଏ ପକ୍କା ଘର ଦିଆ ଯାଇଥାନ୍ତା, ଆଜି ତାକୁ ଆଶ୍ରୟ ଖୋଜିବାକୁ ପଡନ୍ତା କି ?

ପାଟବନ୍ଧ, ସାଗରଗାଁ, ବାଳସିଂହ, ଭୀମପଡ଼ା, କୁମ୍ଭାରୀ ପ୍ରତି ଗାଁରେ ୨୦-୩୦ଟି ପରିବାର ଆଜି ବି ଆଜବେଷ୍ଟ ଓ ଚାଳ ଘରେ। PMAY ଲିଷ୍ଟରେ ନାଁ ଅଛି,ସର୍ଭେ ହେଲାଣି, କିନ୍ତୁ କାର୍ଯ୍ୟାଦେଶ ନାହିଁ ।

ଅଫିସର କହୁଛନ୍ତି “ଲିଷ୍ଟ ଉପରୁ ଆସିନି”। ଉପର କହୁଛନ୍ତି – “ତଳୁ ରିପୋର୍ଟ ଆସିନି”। ଏ ମଝିରେ ଗରିବ ବର୍ଷାରେ ଭିଜୁଛି ।
ଏଠି ମୋର ପ୍ରଶାସନକୁ ସିଧା ୪ଟି ପ୍ରଶ୍ନ ଯୋଗ୍ୟତା ଦେଖି ଲିଷ୍ଟ ହେଉଛି ନା ଦଳ ଦେଖି ?
ଯଦି ଜଣେ ଗରିବ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ଯୋଗ୍ୟ ବୋଲି ସରକାର ଚିହ୍ନଟ କରୁଛି, ତେବେ ସେ ଆବାସ ପାଇବା ଯୋଗ୍ୟ ନୁହେଁ କି ? ଲିଷ୍ଟ ବନାଉଛି କିଏ ? ନେତାଙ୍କ ସୁପାରିଶ ବିନା ଘର ମିଳେନି କି ? ଲୋକ ତ ଆଧାର, ଜବ୍ କାର୍ଡ, ଭୋଟର କାର୍ଡ ସବୁ ଦେଇଛି, ଫାଇଲ ଚାଲୁଛି କହି ୩ ବର୍ଷ ହେଲାଣି ଏହା ବ୍ୟବସ୍ଥା ନା ବାହାନା ? ବାତ୍ୟା ବେଳେ ଫଟୋ ଉଠାଇବାକୁ ସମସ୍ତେ ଆସିବେ, ବାତ୍ୟା ପରେ ସମସ୍ତେ ଭୁଲି ଯିବେ । ସତ କଥା ହେଉଛି ଗୋଟିଏ ପକ୍କା ଘର ହଜାରେ ଆଶ୍ରୟସ୍ଥଳୀ ଠାରୁ ବଡ ।
ଆଜି ଯଦି ପ୍ରତି ଆଶ୍ରୟସ୍ଥଳୀକୁ ଯାଉଥିବା ପରିବାରର ଲିଷ୍ଟକୁ ନେଇ ସିଧା PMAY ସହ ଯୋଡାଯାଏ, ତେବେ ବୋଲଗଡ଼ରେ ଆଉ କେହି ସ୍କୁଲ ବାରଣ୍ଡାରେ ରହିବ ନାହିଁ । ସରକାରଙ୍କୁ ବାରମ୍ବାର ସେଲ୍ଟର ଖୋଲିବାକୁ ପଡିବ ନାହିଁ । ଏବେ ସମୟ ଆସିଛି ଆଶ୍ରୟସ୍ଥଳୀର ଲିଷ୍ଟକୁ ଆବାସର ଲିଷ୍ଟ କରିବାର ନହେଲେ ପ୍ରତି ବାତ୍ୟାରେ ଆମେ କେବଳ ଲୋକଙ୍କୁ ଘରୁ ବାହାର କରି ସ୍କୁଲରେ ପୁରାଇବା, ଆଉ ବାତ୍ୟା ଛାଡିଗଲେ ପୁଣି ତାକୁ ଚାଳ ଘରକୁ ଫେରାଇ ଦେବା ।

ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.