ଯାତ୍ରୀ ବାହି ବସକୁ ଧକ୍କା ଦେଲା ହାଇୱା ।

0 0

ଅନୁଗୋଳ,୨୩/୦୭: ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଗାଁ ଭାଗିରଥିପୁର ଠାରେ ଯାତ୍ରୀ ବାହି ବସ କୁ ଧକ୍କା ଦେଲା ହାଇୱା, ୫ ଆହତ। ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କଲା ଜରପଡ଼ା ପୁଲିସ ।ସୂଚନା ଯେ, ଆଜି ସକାଳ ସମୟରେ ଛେଣ୍ଡିପଦା ଅଞ୍ଚଳର ମୁଖ୍ୟମନ୍ତ୍ରୀ ବସ ସେବା ବାହାରି ଆଠମଲ୍ଲିକ ଅଞ୍ଚଳ କୁ ଯାଉଥିଲା। ବିଭିନ୍ନ ଛକ ମାନଙ୍କରୁ ଯାତ୍ରୀ ମାନଙ୍କୁ ବସ ଯୋଗେ ନେଉଥିଲା ।ଭାଗିରଥିପୁର ଛକ ଠାରେ ଯାତ୍ରୀ ଉଠାଇବା ବେଳେ ପଛରୁ ଆସୁଥିବା ଏକ ହାଇୱା ବସ କୁ ଧକ୍କା ଦେଇଥିଲା। ଯାହା ଫଳରେ ୫ ରୁ ଅଧିକ ଆହତ ହୋଇ ଯାଇଥିଲେ। ଖବର ପାଇ ଜରପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଆମ୍ବୁଲାନ୍ସ ଏବଂ ପୋଲିସ ଗାଡି ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିବା ବେଳେ ଦୁର୍ଘଟଣା ର ତଦନ୍ତ କରୁଥିବା ଜଣାପଡିଛି।

Leave A Reply

Your email address will not be published.