ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଧଳପୁର ବିଦ୍ୟାଳୟ ପାଇଲା ଦଶ ଲକ୍ଷ।

0 203

ହରଭଙ୍ଗା ,୧୩/୧୧: ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଧଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ପୁରସ୍କାର ବିବେଚିତ ଧଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ଦଶଲକ୍ଷ ଟଙ୍କାର ଚେକ, ମାନପତ୍ର ଓ ଟ୍ରଫି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୋଲସ୍ତି ଭୋକ୍ତା ପୁରସ୍କାର ଗ୍ରହଣ କରିଥିଲେ। ପ୍ରକାଶ ଥାଉକି ପୂର୍ବରୁ ଉକ୍ତ ଧଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୋଲସ୍ତି ଭୋକ୍ତା ରାଜ୍ୟସ୍ତରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ। ଉକ୍ତ ବିଦ୍ୟାଳୟରେ ପୂର୍ବରୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏଠାରେଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ଏହା ଜିଲ୍ଲାରେ ଏକ ଆଦର୍ଶ ବିଦ୍ୟାଳୟ ଭାବରେ ବେଶ ପରିଚିତ। ବିଦ୍ୟାଳୟ ପରିସରରେ ସ୍ଥାପିତ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସାଙ୍ଗକୁ ଲୁମ୍ବିନୀ ଉଦ୍ୟାନ, ବିଘ୍ନରାଜ ଗଣେଷ, ଆଦି ବହୁ ପ୍ରତିମୂର୍ତ୍ତି ନିର୍ମିତ ହୋଇଛି। ଯାହାକି ଏଠାରେ ଏକ ପ୍ରତିକୂଳ ପରିବେଶ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାରେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, ବର୍ତମାନ ର ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୋଲସ୍ତି ଭୋକ୍ତା ଆଦିଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ଯୋଗୁଁ ଆଜି ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲାବୋଲି ସାଧାରଣ ରେ ଭୁୟସୀ ପ୍ରଶଂସା କରାଯାଇଛି। ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଓ ଶିକ୍ଷା କମିଟି ର ସହଯୋଗ ସହଯୋଗ କରିଥିବା ପ୍ରଧାନ ଶିକ୍ଷକ ପୋଲସ୍ତି ଭୋକ୍ତା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.