ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ; ଥାନାରେ ଏତଲା ଦେଲେ ପରିବାର ଲୋକେ ।

0 246

କନ୍ଧମାଳ,୦୨/୧୨(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ନିକଟସ୍ଥ ଥିବା ଗାୟତ୍ରୀ ମନ୍ଦିର ନିକଟରୁ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନେଇଛନ୍ତି ଦୁର୍ବୁତ୍ତ। ମିଳିଥିବା ସୂଚନା ଅନୁସାରେ ଡିଉଟି ସାରି ଫିରିଙ୍ଗିଆ ମେଡିକାଲରୁ ଘରକୁ ଯାଉଥିବା ସମୟରେ ଏକ କାରରେ ଅପହରଣ କଲେ କିଛି ଦୁର୍ବୁତ୍ତ।ଏନେଇ ଫିରିଙ୍ଗିଆ ଥାନାରେ ଅଭିଯୋଗ କଲେ ପରିବାର ଲୋକେ । ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.