କ୍ୟାମ୍ପ-୨୩/୦୫ ଅତାବିରା ଏନଏସି ୱାର୍ଡ଼ ନଂ ୪ ଯୁଧିଷ୍ଠିର ନଗରର ଏକ ଭଡା ଘରୁ ଅତାବିରା ପୋଲିସ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ।ମହିଳା ଜଣକ ହେଲେ ଜଗତସିଂହପୁରର ମମତା ଜେନା(୨୬) ।ପୋଲିସ ସୂଚନା କ୍ରମେ ଗତ ମେ ୩ ତାରିଖ ଅତାବିରାର ଆଶିଷ ମଲ୍ଲିକ କୁ ମହିଳା ଜଣକ ବାହା ହୋଇ ଆସିଥିଲା।ସେମାନେ ଯୁଧିଷ୍ଠିର ନଗରରେ ଏକ ଭଡା ଘରେ ରହୁଥିଲେ।ଆଜି ସକାଳେ ଭଡାଘରେ ମହିଳାଙ୍କ ମୃତ ଦେହ ପଡିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ଅତାବିରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।ଏହାପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତଦନ୍ତ କରିଛନ୍ତି।ପୋଷ୍ଟବଟମ ପାଇଁ ବରଗଡ଼ ପଠାଯାଇଛି ।ମୃତ ମହିଳାଙ୍କ ପରିବାର ଆସିଲା ପରେ ପୋଷ୍ଟବଟମ ହେବାର ଅଛି।ଏନେଇ ଜଣକୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।