ବେଗୁନିଆପଡା ମହିଳା ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 7

ବେଗୁନିଆପଡା ,୨୩/୦୧(ପିପିଟି):କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡ଼ା ଠାରେ ମହିଳା ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡିର ହଜାର ହଜାର ମହିଳା କର୍ମୀ ଓ ନେତ୍ରୀ ଏକଜୁଟ୍ ହୋଇ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ତଥା ମହିଳାଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇଛନ୍ତି । ରାଜ୍ଯ ମହିଳା ବିଜେଡ଼ି ସାଧାରଣ ସମ୍ପାଦିକା ଡଃ ରଞ୍ଜିତା ସାହୁଙ୍କ ନେତୃତ୍ବରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ମହିଳା ମାନେ ଯୋଗ ଦେଇଥିଲେ। ବେଗୁନିଆପଡ଼ା ସ୍ଥିତ ଶ୍ରୀ ସିଦ୍ଧେଶ୍ଵର ମନ୍ଦିର ପରିସର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବେଗୁନିଆପଡ଼ା ଗ୍ରାମ ପରିକ୍ରମା କରିବା ସହ ୨୦୨୩ରୁ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ଲାଗୁ କରିବାକୁ ସମସ୍ତେ ଦାବି କରିଛନ୍ତି। ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଫେଲ୍ ମାରିଛି, ନାରୀ ହିଂସାରେ ଓଡ଼ିଶା ଦେଶରେ ଅଲୋଡ଼ା ରେକର୍ଡ କରିଛି।ମହିଳା ସଂରକ୍ଷଣ ନାଁରେ ବିଜେପି ମା’ ମାନଙ୍କୁ ଙ୍କୁ ଭୁଆଁ ବୁଲାଉଥିବା କହିଥିଲେ ବିଜେଡି ମହିଳା ନେତ୍ରୀ ।ମହିଳାଙ୍କ ସହ ବିଜେପିର ଛଳନାର ଜବାବ ଓଡିଶାର ମା ଭଉଣୀ ମାନେ ନିଶ୍ଚିତ ଭାବେ ଦେବେ ବୋଲି କହିଛନ୍ତି ବିଜେଡି ନେତ୍ରୀ ଡଃ ରଞ୍ଜିତା ସାହୁ ।ମହିଳାଙ୍କ ଅଧିକାର ଏବଂ ସମ୍ମାନ ପାଇଁ ବିଜେପି ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ମହିଳାଙ୍କୁ ୩୩% ସଂରକ୍ଷଣ ଦେବାରେ ବିଜେପି ସରକାର ବିଫଳ ଏବଂ ନାରୀ ନିର୍ଯାତନାକୁ ରୋକିବାରେ ଅସମର୍ଥ ରାଜ୍ୟ ବିଜେପି ସରକାର।ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ, ପୂର୍ବତନ କୋଦଳା ନଗରପାଳିକା ସୁନୀତାପ୍ରଭା କବିସୂର୍ଯ୍ୟନଗର ବିଜେଡି ନଗର ସଭାପତି ଭଗବାନ ସ୍ବାଇଁ, କୋଦଳା ନଗର ବିଜେଡି ସଭାପତି ଭାସ୍କର ପଳତା, ବେଗୁନିଆପଡ଼ା ବ୍ଳକ ବିଜେଡି ସଭାପତି ମହେଶ୍ବର ଭୂୟାଁଙ୍କ ସମେତ ବହୁ ସଂଖ୍ଯାରେ ବିଜେଡ଼ି ନେତା, ନେତ୍ରୀ ଓ କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.