ଭଞ୍ଜନଗର କେଏସୟୁବି କଲେଜ ନିର୍ବାଚନ; ସଭାପତି ଦୌଡ଼ରେ ଅଛନ୍ତି ୩ଜଣ ପ୍ରାର୍ଥୀ ।

0 10

ଭଞ୍ଜନଗର, ୧୦/୧୦(ପିପିଟି ):ଗତ ୮ବର୍ଷ ପରେ ଗଞ୍ଜାମ ଜିଲ୍ଲା ର ଦ୍ଵିତୀୟ ସର୍ବ ବୃହତ୍ତ ଶିକ୍ଷାନୁଷ୍ଠାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଶୁକ୍ରବାର ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥିମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ।ଶନିବାର ୩ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି।ଏଥର ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଜଣାପଡ଼ିଛି।ସେଥି ମଧ୍ୟରେ ଛାତ୍ର ସଂସଦ ସଭାପତି ନିମନ୍ତେ ୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।ଏବିଭିପି ପକ୍ଷରୁ ସଭାପତି ପ୍ରାର୍ଥୀ ଭାବେ ଶିବାଜୀ ମଲିକ,ଛାତ୍ର ବିଜେଡ଼ି ରୁ ପ୍ରେମାନନ୍ଦ ପୋଲେଇ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଏମ୍. ସୌରଭ କୁମାରଙ୍କ ନାମ ରହିଛି। ଉପସଭାପତି ପଦରେ ଭବାନୀ ଶଙ୍କର ଦିହୁଡ଼ି, ବିଷ୍ଣୁ ପ୍ରସାଦ ନାୟକ ଓ ମାଧବୀ ନାୟକ, ସାଧାରଣ ସମ୍ପାଦକ ପଦ ପାଇଁ ୪ଜଣଙ୍କ ମଧ୍ୟରେ ସିଏଚ ସୂର୍ଯ୍ୟମ ପାତ୍ର, ପାର୍ଥ ସାରଥୀ ସାହୁ, ସନ୍ତୋଷିନୀ ସ୍ୱାଇଁ ଓ ସୁଭମ ପ୍ରଧାନ, ସହ ସମ୍ପାଦକ ନିମନ୍ତେ ଅଙ୍କିତ କୁମାର ଦାଶ, ପ୍ରିୟମ ପଟ୍ଟନାୟକ ଓ ରାକେଶ କୁମାର ଗୁରୁ ଙ୍କ ନାମ ରହିଛି।ସେହିପରି ଅନ୍ୟାନ୍ୟ ପଦବୀ ନିମନ୍ତେ ମୋଟ ୨୨ଜଣ ଛାତ୍ରଛାତ୍ରୀ ଙ୍କ ନାମ ସ୍ଥାନ ପାଇଛି।ଆସନ୍ତା ୧୫ ତାରିଖରେ ନିର୍ବାଚନ ଓ ୧୬ ତାରିଖରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।ଚଳିତ ବର୍ଷ ପ୍ରଥମ ଥର ପାଇଁ ନିର୍ବାଚନରେ ଭାଗ ନେଇଥିବା ପ୍ରାର୍ଥୀ ଓ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.