ଭଞ୍ଜନଗର ଓକିଲ ସଂଘ ନିର୍ବାଚନରେ ସନ୍ତୋଷ ସଭାପତି ଓ ଅମରେଶ ସମ୍ପାଦକ ।

0 237

ଭଞ୍ଜନଗର,୨୬/୦୩(ପିପିଟି): ଭଞ୍ଜନଗର ବାର ଆସୋସିଏସନ ପାଇଁ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଭାପତି ଭାବେ ଆଇନଜୀବୀ ସନ୍ତୋଷ କୁମାର ନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଅମରେଶ କୁମାର ମହାପାତ୍ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ଧୀରେନ କୁମାର ସ୍ବାଇଁ ଏବଂ ଯୁଗ୍ମ ସମ୍ପାଦକ ଭାବେ ଚନ୍ଦ୍ରମଣୀ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କୋଷାଧ୍ୟକ୍ଷ ଭାବେ ଗିରିଜା ଶଙ୍କର ଭୂୟାଁ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ଅରୁଣ କୁମାର ମହାପାତ୍ର,ସ୍ନିଗ୍ଧା ଦାଶ, ଏବଂ ନିରାକାର ସାହୁ ଅପ୍ରତିଦ୍ବନ୍ଦୀ ରହିଥିଲେ। ଆଜି ସକାଳ ସମୟରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏହାପରେ ଗଣନା ହୋଇ ଫଳାଫଳ ଘୋଷଣା ହୋଇଥିଲା। ଏହାପରେ ସଂନ୍ଧ୍ୟାରେ କୋର୍ଟ ପରିସରରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାକୁ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ରମେଶ ଚନ୍ଦ୍ର ପଣ୍ଡା,ଲଡୁ କିଶୋର ଆଳତିଆ,ତ୍ରିନାଥ ମଲ୍ଲିକ୍,ବିମ୍ବାଧର ଷଢଙ୍ଗୀ ଏବଂ ଅଭାଗିନୀ ବିଷୋୟୀ ପରିଚାଳନା କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.