ଭଞ୍ଜନଗର, ୦୮/୧୦(ପିପିଟି ):ଆଜି ପ୍ରଦେଶ କଂଗ୍ରେସ କମିଟି ଓ ଇଣ୍ଡି ମେଣ୍ଟ ପକ୍ଷରୁ ରାଜ୍ୟରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଯାହା ଫଳରେ ଯାତ୍ରୀ ଓ ମାଲ ପରିବହନ କ୍ଷେତ୍ରରେ ପ୍ରଭାବ ପଡିଛି। ଏମ୍ଏମ୍ ଡିଆର ସଂଶୋଧନ ଆଇନ୍ ୨୦୨୬, ଭୋଟର ତାଲିକାର ସ୍ପେସିଅଲ୍ ଇଣ୍ଟେନ୍ସିଭ୍ ରିଭିଜନ(SIR) ଏବଂ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବିରୋଧରେ ୪ଦଫା ଦାବୀକୁ ନେଇ ‘ଓଡ଼ିଶା ବନ୍ଦ’ ସଫଳ ହୋଇଛି।ସେହିପରି ସମଗ୍ର ଗଞ୍ଜମ ଜିଲ୍ଲା ସମେତ
ଭଞ୍ଜନଗର ରେ ମଧ୍ୟ ଏହି ବନ୍ଦର ପ୍ରଭାବ ପଡିଛି। ଯୁବ ନେତା ପ୍ରଶାନ୍ତ ବିଷୋୟୀ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ବିଭିନ୍ନ ଛକରେ ଥିବା ଦୋକାନ ବଜାର, ଅଫିସ, ବ୍ୟାଙ୍କ ଆଦି ବନ୍ଦ କରିବା ସହ ବିଭିନ୍ନ ଯାନବାହନକୁ ଅଟକାଇ ଥିଲେ।ସ୍ଥାନୀୟ ଜନସାଧାରଣ ବନ୍ଦକୁ ବହୁ ମାତ୍ରାରେ ସମର୍ଥନ ଜଣାଇ ସ୍ୱତଃପ୍ରବୃତ୍ତ ଭାବେ ଏଥିରେ ସହଯୋଗ କରିଥିଲେ।ସହରର ଜନଗହଳି ପୂର୍ଣ୍ଣ ଭଞ୍ଜନଗର ବସ ଷ୍ଟାଣ୍ଡ, ମେନ ରୋଡ଼, ଖାଲା ସାହି, ଷ୍ଟେଟ ବ୍ୟାଙ୍କ, ପେଟ୍ରୋଲ ଟାଙ୍କି ଛକ ଜନଶୁନ୍ୟ ଥିବା ବେଳେ ଜରୁରୀ ପରିସ୍ଥିତିରେ କିଛି ଗାଡ଼ି ମଟର ରାସ୍ତାରେ ଚଳାଚଳ କରିଥିଲା। ବନ୍ଦ କୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି।ଏଥିରେ ଭଞ୍ଜନଗର ଟାଉନ ସଭାପତି ପ୍ରମୋଦ ଭୂୟାଁଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।
ରିପୋର୍ଟ -ଜେ କେ ପଟ୍ଟନାୟକ