ଚିକିଟି,୨୩/୧୦ (ପିପିଟି) : ନୃତ୍ୟକଳାର ପ୍ରଚାରପ୍ରସାର ଓ ନୃତ୍ୟପ୍ରତିଭାର ବିକାଶ ଲକ୍ଷ୍ୟରେ ବ୍ରୋ’ସ୍ ଡ୍ୟାନ୍ସ ଏକାଡେମୀର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁରଳ ଜଙ୍କସନ୍ସ୍ଥିତ ଏସ୍ବିଆଇ ଏଟିଏମ୍ ନିକଟରେ ଉଦୟ ବେକେରୀର ତୃତୀୟ ମହଲାରେ ଏହି ଏକାଡେମୀ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ନରେଶ ମାଷ୍ଟର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆର୍. ସୁବାନୀ ସରପଞ୍ଚ ଜୀଵା ରେଡ୍ଡୀ ଓ ସି. ବୈରିରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜି. ରାମାରାଓ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏକାଡେମୀର ପରିଚାଳକ ନୋକା ରାଜୁ ନୃତ୍ୟକଳାର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରିଥିଲେ। ଏହି ଏକାଡେମୀରେ ହିପ୍-ହପ୍, ୱେଷ୍ଟର୍ଣ୍ଣ, କ୍ଲାସିକାଲ୍, ଫ୍ରିଷ୍ଟାଇଲ୍ ଓ ଲୋକନୃତ୍ୟ ସମେତ ବିଭିନ୍ନ ନୃତ୍ୟଶୈଳୀର ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହାଦ୍ୱାରା ଅଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ ନୃତ୍ୟକଳା ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।
ରିପୋର୍ଟ -ନିଗମାନନ୍ଦ ପଣ୍ଡା