ବ୍ରହ୍ମପୁର ଉପଖଣ୍ଡରେ ବିଭିନ୍ନ ରାଜନୈତିକ ଦଳଙ୍କୁ ଫର୍ମ ବଣ୍ଟନ ।

0 203

ବ୍ରହ୍ମପୁର,୦୭/୦୮(ପିପିଟି): ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ସଭା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ଭନ୍ଧୀୟ ବିଭିନ୍ନ ବିଷୟ ଯଥା ଆପତ୍ତି ଅଭିଯୋଗ ବିଷୟ ଆଲୋଚନା କରାଯାଇଥିଲା । ଏହି ସଭାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି ଅନୁଯାୟୀ ଫର୍ମ ନମ୍ୱର ୯, ୧୦, ୧୧, ୧୧ ଏ ଓ ୧୧ ବି ପ୍ରତିନିଧିମାନଙ୍କୁ ଯୋଗାଇ ଦିଆଯାଇଥିଲା । ଏହା ବ୍ୟତୀତ ଯୁବ ଭୋଟର ମାନେ କିପରି ଅଧିକରୁ ଅଧିକ ଆବେଦନ କରିବେ ତାହା ରାଜନୈତିକ ଦଳ ମାନଙ୍କର ସହଯୋଗ ନିମନ୍ତେ ଅନୁରୋଧ କରାଯାଇଥିଲା । ଏହି ସଭାରେ ବ୍ରହ୍ମପୁର ଉପଖଣ୍ଡର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାନେ ଉପସ୍ଥିତ ରହି ରାଜନୈତିକ ଦଳ ଗୁଡିକର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ସଭାରେ ସାନଖେମୁଣ୍ଡି ନିର୍ବାଚନ ଅଧିକାରୀ ସୁନୀଲ କେରକେଟା, ଗୋପାଳପୁର ନିର୍ବାଚନ ଅଧିକାରୀ ଅବିନାଶ କୁମାର , ଦିଗପହଣ୍ଡି ନିର୍ବାଚନ ଅଧିକାରୀ କଲ୍ୟାଣୀ ସଂଘମିତ୍ରା , ଚିକିଟି ନିର୍ବାଚନ ଅଧିକାରୀ ରୀନା ନାୟକ ଏବଂ ବ୍ରହ୍ମପୁରର ଅତିରିକ୍ତ ନିର୍ବାଚନ ଅଧିକାରୀ ଉପସ୍ଥିତ ଥିଲେ । ଏହି ସଭାରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର, ନିର୍ଵାଚନ ବିଭାଗ, ସୁବ୍ରତ ରାମ ବିରାମ ଶତପଥୀ ଓ ତାଙ୍କର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.