ବାଲିଗୁଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ।

0 7

ବାଲିଗୁଡା, ୦୯/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଆଦିବାସୀ ଜନଜାତିଙ୍କ କିଛି ଅଧିକାର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଉପ ଜିଲ୍ଲାପାଳଙ୍କ ଜରିଆରେ ସାମୁହିକ ଭାବେ ପ୍ରଦାନ କରିଥିଲେ । ଏହାପରେ ସ୍ଥାନୀୟ ସଭାଗୃହରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଉକ୍ତ ସଭାରେ ଆଦିବାସୀ ସମାଜର ଅଧିକାର, ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବ୍ଲକ୍ ସଭାପତି କ୍ଳେଶ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର , ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା ଡେପୁଟି ସବ୍ କଲେ୍କଟର ସଞ୍ଜୀବ ରୂପା ମାଝୀ, ଅବସର ସେନା ଅଧିକାରୀ ବିଜେଶ୍ୱର ମଲିକ, ଅବସର ପୋଲିସ୍ ଅଧିକାରୀ ପ୍ରଦୀପ ମଲିକ ଓ ବିଭିନ୍ନ ବ୍ଲକ ଅର୍ଥାତ୍  କୋଟଗଡ଼,ତୁମୁଡ଼ିବନ୍ଧ, କ.ନୂଆଗାଁ,  ରାଇକିଆ,ଦାରିଙ୍ଗବାଡି, ଟିକାବାଲି ଓ ଉଦୟଗିରି ଅଞ୍ଚଳର ଦାୟିତ୍ଵରେ ଥିବା ସମସ୍ତ କର୍ମକର୍ତ୍ତା ଆଦିବାସୀ ସମାଜର ବହୁ ସଂଖ୍ୟକ ଲୋକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ମାନେ ଯୋଗ ଦେଇଥିଲେ। କୁଇ ସମାଜ ସମ୍ପାଦକ ଦୟାନିଧି ମଲିକ ଦେଇଥିବା ସ୍ମାରକ ପତ୍ର ପଠନ କରିବା ସହିତ ଆଦିବାସୀଙ୍କ ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଦେବା ସହ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସମସ୍ତେ ଅତିଥି ମାନେ ଆହ୍ୱାନ ଦେଇଥିଲେ ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.