ବରିଷ୍ଠ କଳାକାର ଗଣେଶ ସିଂଙ୍କ ପରଲୋକ ।

0 441

ଭଞ୍ଜନଗର, ୦୯/୦୩(ପିପିଟି) : ଜଣେ ଆଗ ଧାଡ଼ିର କଳାକାର ଭାବେ ଗଣେଶ ସିଂ ଭଞ୍ଜନଗର ଅଞ୍ଚଳରେ ବେଶ ଜଣାଶୁଣା ଥିଲେ।ସେ ମଣ୍ଡଳ କମିଶନ ଆନ୍ଦୋଳନର ନେତୃତ୍ୱରେ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସଭାପତି ଓ ଉକ୍ତ ମହାବିଦ୍ୟାଳୟରେ ତିନି ଥର ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ।ଛାତ୍ର ଜୀବନରୁ ମଞ୍ଚ ପ୍ରତି ଆକୃଷ୍ଟ ହୋଇ ସେ ନିଜ ଜୀବନ କାଳରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ କରିଥିଲେ।ଭୁବନେଶ୍ୱରର ବବୀନ୍ଦ୍ର ମଣ୍ଡପ, ରାଉଲକେଲା ସିବିକ ସେଣ୍ଟର, ଖୋର୍ଦ୍ଧା ନାଟ୍ୟଗ୍ରାମ ଭଳି ଅନେକ ଅନୁଷ୍ଠାନରେ ନିଜ କଳା ପ୍ରଦର୍ଶନ କରି ବେଶ ପ୍ରଶଂସିତ ହୋଇଥିଲେ।ଶୁକ୍ରବାର ତାଙ୍କର ଦେହାନ୍ତ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା।ଏତଦବ୍ୟତୀତ ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଗୋଟିଏ ଗୋଡ଼ରେ ଫୁଟବଲ ଖେଳି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।ସେ ଜଣେ ମେଳାପୀ, ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କର ବିୟୋଗରେ ବହୁ କଳାକାର ଓ ପ୍ରଶଂସକମାନେ ଶୋକ ବ୍ୟକ୍ତ କରିଛନ୍ତି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.