ବନ୍ୟା ପରେ ୪ ଦିନ ଧରି ନିଖୋଜ, ଆନ୍ଧ୍ରରୁ ମିଳିଲା ମୃତଦେହ ।

0 83

ପାତ୍ରପୁର/ଚିକିଟି,୦୪/୧୧(ପିପିଟି):ବାତ୍ୟା ଅର୍ଣ୍ଣବ ଜନିତ ବନ୍ୟା ପରେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବି.ନୂଆଗାଁ ଗ୍ରାମପଞ୍ଚାୟତର ସାବରଦେବୀପେଟା ଗ୍ରାମର ପାଣ୍ଡି କୁରେଶ (୪୦), ପିତା – ପାଣ୍ଡି ବୈରୟ୍ୟା ।

ସୂଚନା ଅନୁସାରେ, ବନ୍ୟା ଦିନଠାରୁ କୁରେଶ ଗତ ୪ ଦିନ ଧରି ନିଖୋଜ ଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ମିଳି ନଥିଲା। ଶେଷରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶର ଧର୍ମାପୁର ଗ୍ରାମ ନିକଟସ୍ଥ ନଦୀକୂଳରୁ ମିଳିଥିବା ଜଣାପଡ଼ିଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେପଟେ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ଏବଂ ଉଦ୍ଧାର କାର୍ଯ୍ୟରେ ପ୍ରଶାସନର ଭୂମିକାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ଏପରିକି ବିପତ୍ତି ସମୟରେ ଜନସାଧାରଣଙ୍କ ପାଖରେ ଠିଆ ହେବା ପରିବର୍ତ୍ତେ କେବଳ ଫଟୋ ଉଠାଇ ଫେରିଯିବାକୁ ଗୁରୁତ୍ୱ ଦିଆଯାଉଛି ବୋଲି ବିଧାୟକଙ୍କ ଗସ୍ତକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଦୁଃଖଦ ଘଟଣା ପ୍ରଶାସନିକ ତତ୍ପରତା ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର କାର୍ଯ୍ୟଦକ୍ଷତା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି ।

(ରିପୋର୍ଟ- ନିଗମାନନ୍ଦ ପଣ୍ଡା ।)

Leave A Reply

Your email address will not be published.