ବୋଲଗଡ଼,୨୧/୦୫(ପିପିଟି):ପ୍ରତ୍ୟେକ ଗ୍ରାମାଞ୍ଚଳରେ ଲୋକ କଥା ରହିଛି “ଝିଁ.. ଝିଁ.. ଡାକିଲା ଝିଙ୍କାରି ଉଠ ଚଷା ପୁଅ ଧାନ ବୁଣ। ଅକ୍ଷୟ ତୃତୀୟା ମୁଠି ଅନୁକୂଳ ବୈଶାଖ ମାସ ଖରା ହେଲାଣି ଟାଣ। ଜେଷ୍ଠ ରଜ ଜାତ ହୋଇଯିବ ଗଜା ଅଦିନ ବରଷା ପାଣି ପାଇ। ଆଷାଢେ ଗୁଣ୍ଡିଚା କରିବୁ ବିହୁଡ଼ା ମଇ ଦେଉଥିବା ଗୀତ ଗାଇ”
ପ୍ରକୃତିପ୍ରେମୀ ଙ୍କ କହିବା ଅନୁଯାୟୀ ଝିଁକାରି ଦ୍ୱାରା ସୃଷ୍ଟି ହେଉଥିବା ‘ଝିଁ ଝିଁ’ ଶବ୍ଦ ମୁଖ୍ୟତଃ ସେମାନଙ୍କର ଏକ ପ୍ରାକୃତିକ ଯୋଗାଯୋଗ ପ୍ରକ୍ରିୟା। ଏହି ଶବ୍ଦ ପଛର ମୁଖ୍ୟ କାରଣଗୁଡ଼ିକ ମାଈ ପୋକକୁ ଆକର୍ଷିତ କରିବା। କେବଳ ପୁରୁଷ ଝିଁକାରିମାନେ ହିଁ ମାଈ ଝିଁକାରିଙ୍କୁ ଆକର୍ଷିତ କରିବା ପାଇଁ ଏହିପରି ଶବ୍ଦ କରିଥାନ୍ତି। ନିଜ ନିଜର ଆଧିପତ୍ୟ ଜାହିର କରିବା ଉଦ୍ଦେଶ୍ୟରେ ଅନ୍ୟ ଅଣ୍ଡିରା ଝିଁକାରିମାନଙ୍କୁ ନିଜ ସ୍ଥାନରୁ ଦୂରେଇ ରଖିବା ପାଇଁ ଏବଂ ନିଜର ଆଧିପତ୍ୟ ଜାହିର କରିବା ପାଇଁ ସେମାନେ ଏଭଳି ଚେତାବନୀ ଶବ୍ଦ କରିଥାନ୍ତି। ଝିଙ୍କାରି ମାନେ ପାଟିରେ ନୁହେଁ, ବରଂ ନିଜ ଡେଣା ସାହାଯ୍ୟରେ ଶବ୍ଦ ସୃଷ୍ଟି କରନ୍ତି। ସେମାନଙ୍କ ଗୋଟିଏ ଡେଣାରେ କରତ ପରି ଛୋଟ ଛୋଟ ଦାନ୍ତ ଥାଏ ଏବଂ ଅନ୍ୟ ଡେଣାରେ ଏକ କଠିନ ଧାରୁଆ ଅଂଶ ଥାଏ। ଯେତେବେଳେ ସେମାନେ ଗୋଟିଏ ଡେଣାକୁ ଅନ୍ୟ ଡେଣା ଉପରେ ଘଷନ୍ତି, ‘ଝିଁ ଝିଁ’ ଶବ୍ଦ ବାହାରିଥାଏ। ପରିବେଶର ତାପମାତ୍ରା ବଢ଼ିଲେ ଝିଁକାରିମାନେ ଅଧିକ ଦ୍ରୁତ ଗତିରେ ଡେଣା ଘଷନ୍ତି, ଫଳରେ ଶବ୍ଦ ଅଧିକ ଜୋରରେ ଶୁଭାଯାଏ। କେତେକ ପ୍ରଜାତି ର ଝିଙ୍କାରି ମାନେ ସାଧାରଣତଃ ସେମାନେ ରାତି ସମୟରେ ଅଧିକ ସକ୍ରିୟ ଥାଆନ୍ତି ଏବଂ ଶବ୍ଦ କରନ୍ତି।ଝିଙ୍କାରି ମାନଙ୍କ କାନ ସେମାନଙ୍କ ଆଗ ଗୋଡ଼ରେ ଥାଏ, ଯାହା ସାହାଯ୍ୟରେ ସେମାନେ ଶବ୍ଦ ଶୁଣିପାରନ୍ତି। ଝିଁକାରିଙ୍କ ଜୀବନଚକ୍ର ଏବଂ ବିଭିନ୍ନ ପ୍ରଜାତିର ହୋଇ ଥାଏ। କେତେକ ପ୍ରଜାତିର ଝିଙ୍କାରି ଥାଆନ୍ତି ବୈଶାଖ ଓ ଜେଷ୍ଠ ମାସରେ ଦ୍ବିପ୍ରହର ରେ ବିଲମାଳ ଗଛ ଡାଳରେ ବା ଆମ୍ବ ତୋଟା ଗହଳି ଭିତରେ ନିସ୍ତବ୍ଧ ପରିବେଶରେ ଝିଁ ଝିଁ ଶଦ୍ଦ ବାହାର କରିଥାନ୍ତି। ପ୍ରାୟତଃ ଦିନ ଦ୍ବିପ୍ରହର ନିଛାଟିଆ ପରିବେଶକୁ ଶାନ୍ତ କରି ଦେଇଥାଏ। ଏବଂ ବର୍ଷା ଋତୁର ଆଗମନର ସୂଚନା ଦେଇଥାଏ। ଝିଙ୍କାରି ଗ୍ରାମୀଣ ପରିବେଶକୁ ବୁଝାଇଥାଏ। ଓଡ଼ିଆ ସାହିତ୍ୟ ଏବଂ ଲୋକକଥାରେ ଝିଙ୍କାରିର ଝିଁ ଝିଁ ଶଦ୍ଦକୁ ନେଇ ଅନେକ କବିତା ଚିତ୍ରଣ କରାଯାଇଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ