ଚାଷୀ ଙ୍କ ପୋଷ୍ଟ କାର୍ଡ ଅଭିଯାନ

0 1

ଭବାନୀପାଟଣା,୨୧/୦୫:ଇନ୍ଦ୍ରାବତୀ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳ ଚାଷୀ ଧାନ ବିକ୍ରି ପଞ୍ଜିକରଣ ପାଇଁ ଏବେ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରିଛନ୍ତି। କୃଷକ ସଚେତନ ମଞ୍ଚ ପକ୍ଷରୁ ଚାଷୀ ମାନେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟ ବିଚାରପତି ଙ୍କୁ ପୋଷ୍ଟ କାର୍ଡ ମାଧ୍ୟମରେ ଗୁହାରି ଜଣାଇଛନ୍ତି। ସୂଚନାଯୋଗ୍ୟ ଚଳିତ ରବି ଋତୁ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପର ବୃହତ୍ ଉଠା ଜଳସେଚନ ଅଞ୍ଚଳର ୧୮ ହଜାର ହେକ୍ଟର ଜମି କୁ ଜଳସେଚନ ର ସୁବିଧା ଦିଆଯାଇଛି। ସେହି ଅନୁଯାୟୀ ଚାଷୀ ମାନେ ଧାନ ଚାଷ କଲେ। ଅଥଚ ଏବେ ଧାନ ଅମଳ ସମୟରେ ସେମାନଙ୍କୁ ଧାନ ବିକ୍ରି ସମସ୍ୟା ଦେଖାଦେଇଛି। କାରଣ ଏହି ଅଞ୍ଚଲର ଚାଷୀ ଙ୍କ ନାମ ପଞ୍ଜିକରଣ ହେଇପାରିଲା ନାହିଁ। ଏଣୁ ଚାଷୀମାନେ ଦ୍ୱନ୍ଦରେ ଅଛନ୍ତି। ଏନେଇ ଧର୍ମଗଡ ବିଧାୟକ, ଲାଞ୍ଜିଗଡ ବିଧାୟକ ଙ୍କ ସମେତ ଦଳ ମତ ନିର୍ବିଶେଷରେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି କରୁଛନ୍ତି। ଅଥଚ ରାଜ୍ୟ ସରକାର ସେମାନଙ୍କ କଥା ଶୁଣିଲେନାହିଁ। ଫଳରେ ଚାଷୀମାନେ ରାସ୍ତାରୋକ, ଧାରଣା, ବିକ୍ଷୋଭ, ଅନଶନ ସହିତ ଏବେ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରିଛନ୍ତି। ରାଜ୍ୟସରକାର ନହେଲେ ବି ଅନ୍ତତଃ ଓଡ଼ିଶା ର ମୁଖ୍ୟ ବିଚାରପତି ଚାଷୀ ଙ୍କ ଦୁଃଖ ଶୁଣିବେ ବୋଲି କୃଷକ ସଚେତନ ମଞ୍ଚ ନେତା ଶିବ ପ୍ରଧାନୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.